ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବାକର ପ୍ରଧାନଙ୍କ ବିୟୋଗରେ ଶୋକ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡାSeptember 27, 202689 views

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ଅଧୀନ କୁହୁଡି ଗ୍ରାମ ପଞ୍ଚାୟତ କୁହୁଡି ମଧ୍ୟ ଇଂରାଜି ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ, ବରିଷ୍ଠ ସାମ୍ବାଦିକ ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଶିକ୍ଷକ ମଧୁସାଗର ବିଦ୍ୟାପୀଠ ଚିନ୍ତାମଣୀ ଦୁରୁଜୀଙ୍କ ପ୍ରିୟ ଛାତ୍ର, ଚିନ୍ତାମଣୀ ଗୁରୁଜୀ ଓ ରୁକ୍ମିଣୀ ଦେବୀ ସ୍ମାରକୀ ନ୍ୟାସର ପ୍ରତିଷ୍ଠାତା ସଭ୍ୟ ଦିବାକର ପ୍ରଧାନଙ୍କ ଆଜି ୨୬/୦୯/୨୦୨୬ରିଖରେ ବିୟୋଗ ପାଇଁ ଚିନ୍ତାମଣୀ ଗୁରୁଜୀ ସ୍ମାରକୀ ନ୍ୟାସର ସଭାପତି ହୃଦାନନ୍ଦ ରାଉତ, ସମ୍ପାଦକ ତଥା ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭାପତି ଭ୍ରମର ରାଉତ, ମଧୁସାଗର ପୁରାତନ ଛାତ୍ର ସଂସଦର ସଭାପତି ପ୍ରହ୍ଲାଦ ଚନ୍ଦ୍ର ସ୍ୱାଇଁ, ସ୍ମାରକୀ ନ୍ୟାସର ସଭ୍ୟ ତଥା ମଧୁସାଗର ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁଧ ରଞ୍ଜନ ବାରିକ, ସ୍ମାରକୀ ନ୍ୟାସର ସଭ୍ୟ, ଯଦୁମଣୀ ପରିଡା, ନୀଳମାଧବ ରାଉତ, କେଶବ ଚରଣ ଲେଙ୍କା, ତରଣୀ ସେନ ମଲ୍ଲିକ, ପ୍ରତାପ ଚନ୍ଦ୍ର ଦାସ, ଅରବିନ୍ଦ ସ୍ୱାଇଁ, ପ୍ରଭାତୀ ସାହୁ, ବଳରାମ ଜେନା, ଧୀରେନ୍ଦ୍ର ପ୍ରସାଦ ପୃଷ୍ଟି, ଭକ୍ତି ଚରଣ ମଲ୍ଲ, ଧୂ୍ରବ ଚରଣ ସାହୁ, ମଦନ ମୋହନ ମଲ୍ଲିକ ମୁରଲୀଧର ବେହେରା, ପଞ୍ଚାନନ ବେହେରା, ଗଣେଶ୍ୱର ରାଉତ, ବୈଷ୍ଣବ ଚରଣ ଖଣ୍ଡୁଆଳ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
--
