--:--:--
-- ---
Srishti News

କଳାହାଣ୍ଡି ଜିଲ୍ଲାରେ ଅବପାତ ପ୍ରଭାବରେ ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଛି, ଚାଷୀ ହତାଶ, କ୍ଷତି ପୂରଣ ଦେବାକୁ ଦାଵୀ l ସ୍ୱାଭାବିକ ହୋଇପାରିନି ସ୍ଥିତି

Kalahandi (କଳାହାଣ୍ଡି)ଦେବରାଜ ବଣୁଆSeptember 27, 202659 views
କଳାହାଣ୍ଡି ଜିଲ୍ଲାରେ ଅବପାତ ପ୍ରଭାବରେ ବନ୍ୟା ଯୋଗୁଁ  ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଛି,  ଚାଷୀ ହତାଶ, କ୍ଷତି ପୂରଣ ଦେବାକୁ ଦାଵୀ l  ସ୍ୱାଭାବିକ ହୋଇପାରିନି ସ୍ଥିତି
କଳାହାଣ୍ଡି ଜିଲ୍ଲା ରେ ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ଜନ ଜୀବନ ଅସ୍ତବ୍ୟସ୍ତ ଓ ଇନ୍ଦ୍ରାବତୀ ଜଳ ସ୍ତର ବୃଦ୍ଧି ଯୋଗୁଁ ହାତୀ ନଦୀ ର ଉଭୟ ପାର୍ଶ୍ୱରେ ଚାଷ ଜମିରେ ଜଳମଗ୍ନ ହୋଇଥିଲା। ପରିସ୍ଥିତି ସ୍ୱାଭାବିକ ହୋଇପାରିନି,ବର୍ତ୍ତମାନ ସୁଦ୍ଧା ଜମିରୁ ପାଣି ନିଷ୍କାସନ ହୋପାରୁନଥିବାରୁ ଧାନ ନଷ୍ଟ ହେବାର ସମ୍ଭାବନା ବଢ଼ିଯାଇଛି। ଚାଷୀ ମାନେ ହତାଶ । ଜିଲ୍ଲାର ର ହଜାର ହଜାର ହେକ୍ଟର ଧାନ ଚାଷ ଜମିରେ କ୍ଷୟ କ୍ଷତି ହୋଇଥିବା ଅନେକ ଚାଷୀ ଅଭିଯୋଗ କରିଛନ୍ତି । ତାହାର ସଠିକ୍ ଆକଳନ କରାଯାଇ ଚାଷୀଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି। ହାତୀ ନଦୀ ଓ ତେଲ ନଦୀର ଉଭୟ ପାର୍ଶ୍ୱରେ ଥିବା ଗାଁ ମାନଙ୍କର ହଜାର ହଜାର ଚାଷୀ ପ୍ରଭାବିତ ହୋଇ ଛନ୍ତି। ବିଶେଷ ଭାବରେ ଜିଲ୍ଲାର ଜୟପାଟଣା, କଲମପୁର,ଜୁନାଗଡ,ଗୋଲାମୁଣ୍ଡା,ଧର୍ମଗଡ଼,ଜୁନାଗଡ ବ୍ଲକ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷ ସହ ଚାଷଜମି , ରାସ୍ତା ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି।ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।