ଗୋଲାପାଟଣାରେ ଭାଗବତ ଜନ୍ମବାର୍ଷିକ ଉତ୍ସବ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 27, 202673 views

ଖୋର୍ଦ୍ଧା: ପବିତ୍ର ଭାଗବତ ଜନ୍ମ ଅବସରରେ ବେଗୁନିଆ ଗ୍ରାମପଞ୍ଚାୟତ ଅଧୀନ ଗୋଲାପାଟଣା ଗ୍ରାମର ଶ୍ରୀ ଶ୍ରୀ ଭଗବତଦେବଙ୍କ ପୀଠରେ ଶ୍ରୀମଦ୍ ଭାଗବତ ଜନ୍ମବାର୍ଷିକ ଉତ୍ସବ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଛି।ଏହି ଅବସରରେ ଯୋଗଦେଇ ଅତିଥିମାନେ ଭଗବତଦେବଙ୍କ ଦର୍ଶନ କରିବା ସହ ଗ୍ରାମବାସୀଙ୍କ ସହ ଭାଗବତ ଚର୍ଚ୍ଚାରେ ସାମିଲ ହୋଇଥିଲେ। ଏଥିସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଭଗବତଦେବଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।କାର୍ଯ୍ୟକ୍ରମରେ ଗ୍ରାମବାସୀ, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଉତ୍ସବର ସୁନ୍ଦର ଆୟୋଜନ ପାଇଁ ଆୟୋଜକ, କର୍ମକର୍ତ୍ତା ଓ ଗୋଲାପାଟଣା ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଯାଇଛି।
