ନିରାକାରପୁର–ପୁରୀ ନୂଆ ଜଗନ୍ନାଥ ସଡ଼କ ପାଲଟିଛି ମରଣଯନ୍ତା
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 25, 202654 views

ଖୋର୍ଦ୍ଧା- ନିରାକାରପୁର–ପୁରୀ ନୂଆ ଜଗନ୍ନାଥ ସଡ଼କ ଏବେ ଯାତ୍ରୀ ଓ ବାଟୋଇଙ୍କ ପାଇଁ ପାଲଟିଛି ମରଣଯନ୍ତା। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା, ଗର୍ତ୍ତ ଓ ବର୍ଷାଜଳ ଜମି ରହିବା ଯୋଗୁଁ ଯାତାୟାତ ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି।ପ୍ରତିଦିନ ଏହି ରାସ୍ତାରେ ଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଯାତାୟାତ କରୁଥିବା ବେଳେ ରାସ୍ତାର ଦୁରବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ରାସ୍ତା ମରାମତି କରି ଯାତାୟାତକୁ ସୁରକ୍ଷିତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
