--:--:--
-- ---
Srishti News

ପଲ୍ଲିଶ୍ରୀ ମେଳା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳSeptember 25, 20267 views
ପଲ୍ଲିଶ୍ରୀ ମେଳା-୨୦୨୬ ଆୟୋଜନ ନେଇ ପ୍ରସ୍ତୁତି ବୈଠକ
ଢେଙ୍କାନାଳ, ୨୫୯- ଆଗାମୀ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳା-୨୦୨୬ର ସୁଚାରୁ ଆୟୋଜନ ନେଇ ଆଜି ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ୍‌ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଓରମାସର ଉପମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବଳ କୁମାର ଜେନାମଣି ବୈଠକ ପରିଚାଳନା କରିଥିଲେ। ବୈଠକରେ ମେଳାରେ ଷ୍ଟଲ୍‌ ନିର୍ମାଣ, ଖାଦ୍ୟ ଷ୍ଟଲ୍‌ ଓ ଫୁଡ୍‌ ପ୍ଲାଜା, ଅଂଶଗ୍ରହଣକାରୀଙ୍କ ରହଣି, ବିଦ୍ୟୁତ୍‌ ଯୋଗାଣ, ଜଳ ଯୋଗାଣ, ପୋଲିସ୍‌ ବ୍ୟବସ୍ଥା ଓ ଟ୍ରାଫିକ୍‌ ନିୟନ୍ତ୍ରଣ, ଅଗ୍ନିଶମ ବ୍ୟବସ୍ଥା, ପରିମଳ ଓ ପରିଚ୍ଛନ୍ନତା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ବୀମା, ଅସ୍ଥାୟୀ ଶୌଚାଳୟ, ପାର୍କିଂ, ପ୍ରଚାରପ୍ରସାର, ବ୍ୟାଙ୍କିଂ ସୁବିଧା ଓ ହ୍ୱିଲ୍‌ଚେୟାର ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ମେଳା ସମୟରେ ପ୍ରତିଦିନ ବହୁ ସଂଖ୍ୟକ ଦର୍ଶକ ଓ ଅଂଶଗ୍ରହଣକାରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ସମୟ ପୂର୍ବରୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ପାଟିଲ୍‌ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ସ୍ୱଚ୍ଛତା, ପରିମଳ ଓ ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦେବା ସହ ମେଳା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହିଷାପାଟ ପଡ଼ିଆ ଚାରିପାଖରେ ଥିବା ଅବୈଧ ଜବରଦଖଲ ହଟାଇ ପଡ଼ିଆ ଓ ଏହାର ଆଖପାଖ ଅଞ୍ଚଳକୁ ଅଧିକ ପ୍ରଶସ୍ତ ଓ ସୁଗମ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ମେଳାକୁ ସୁବ୍ୟବସ୍ଥିତ, ସୁରକ୍ଷିତ ଓ ସ୍ୱଚ୍ଛ ଭାବେ ଆୟୋଜନ କରିବା ପାଇଁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।