--:--:--
-- ---
Srishti News

ଓଡ଼ିଶାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମୃଦ୍ଧ’ର ଶୁଭାରମ୍ଭ: ପୁରୀଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

Puri (ପୁରୀ)ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀSeptember 25, 202615 views
ଓଡ଼ିଶାରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମୃଦ୍ଧ’ର ଶୁଭାରମ୍ଭ: ପୁରୀଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ: ওଡ଼ିଶାରେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ବ୍ୟାପକ କରିବା ଲକ୍ଷ୍ୟରେ ସମବାୟ ସଦସ୍ୟତା ମହାଅଭିଯାନ ‘ସମୃଦ୍ଧ’ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଏହି ମହତ୍ତ୍ୱପୂର୍ଣ୍ଣ ମହାଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ମାନ୍ୟବର ସାଂସଦ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସମବାୟ ବ୍ୟବସ୍ଥା ଦ୍ୱାରା ତୃଣମୂଳ ସ୍ତରରେ ଲୋକମାନେ କିଭଳି ଆର୍ଥିକ ସମୃଦ୍ଧି ହାସଲ କରିପାରିବେ, ସେ ନେଇ ସେ ନିଜ ଅଭିଭାଷଣରେ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ମାନ୍ୟଗଣ୍ୟ ଅତିଥି, ସମବାୟ ସମିତିର ସଦସ୍ୟ ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି ଅଭିଯାନ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବାରେ ଏକ ପ୍ରମୁଖ ମାଧ୍ୟମ ସାଜିବ ବୋଲି କାର୍ଯ୍ୟକ୍ରମରେ ଆଶା ପ୍ରକାଶ କରାଯାଇଛି।