ମା’ କଳାପାଟଙ୍କ ବାର୍ଷିକ ପୂଜାରେ ଲୁଲୁ ସେନାର ସେବା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତଳଗଡ , ଅନୁଗୋଳSeptember 25, 202662 views

ଅନୁଗୋଳ: ଅନୁଗୋଳ ଜିଲ୍ଲା ତଳଗଡ଼ ଗ୍ରାମରେ ମା’ କଳାପାଟଙ୍କ ବାର୍ଷିକ ପୂଜା ଅବସରରେ ଲୁଲୁ ସେନା ପକ୍ଷରୁ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ପୂଜା ଅବସରରେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନଙ୍କୁ ଲୁଲୁ ସେନା ଟିମ୍ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା। ଗରମ ପରିବେଶରେ ଭକ୍ତମାନଙ୍କୁ ଥଣ୍ଡା ପାନୀୟ ପ୍ରଦାନ କରି ଲୁଲୁ ସେନାର ସଦସ୍ୟମାନେ ସେବା ମନୋଭାବର ପରିଚୟ ଦେଇଥିଲେ।
ଭକ୍ତମାନଙ୍କ ସେବା ଓ ସହଯୋଗ ମାଧ୍ୟମରେ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ଲୁଲୁ ସେନାର ଲକ୍ଷ୍ୟ ବୋଲି ଟିମ୍ ପକ୍ଷରୁ କୁହାଯାଇଛି।
