--:--:--
-- ---
Srishti News

ଉରକୁଳା ଛକ ବେଆଇନ ଗୋଚାଲାଣ ମାମଲାରେ ଆଉ ୭ ଗିରଫ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ହଣ୍ଡପା ,ଅନୁଗୋଳSeptember 24, 202658 views
ଉରକୁଳା ଛକ ବେଆଇନ ଗୋଚାଲାଣ ମାମଲାରେ ଆଉ ୭ ଗିରଫ
ଅନୁଗୋଳ: ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଉରକୁଳା ଛକରେ ହୋଇଥିବା ବେଆଇନ ଗୋଚାଲାଣ ଘଟଣାରେ ହଣ୍ଡପା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ୯ ତାରିଖରେ ଏକ ଟ୍ରକ୍‌ରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ଟ୍ରକ୍‌ ସହ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଘଟଣାର ତଦନ୍ତକୁ ଆଗକୁ ବଢ଼ାଇ ହଣ୍ଡପା ପୋଲିସ ଏହି ମାମଲାରେ ଆଉ ୭ ଜଣଙ୍କୁ ଗିରଫ କରିଛି। ଫଳରେ ଗୋଚାଲାଣ ମାମଲାରେ ଗିରଫ ସଂଖ୍ୟା ବୃଦ୍ଧି ପାଇଛି। ଘଟଣା ସହ ଜଡ଼ିତ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।