--:--:--
-- ---
Srishti News

ଗଣେଶ ପୂଜା ଚାନ୍ଦା ନ ଦେବାରୁ ଯୁବକଙ୍କୁ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ

Ganjam (ଗଞ୍ଜାମ)ରିପୋର୍ଟ ଦୀପକ କୁମାର ଚୌଧୁରୀSeptember 23, 202617 views
ଗଣେଶ ପୂଜା ଚାନ୍ଦା ନ ଦେବାରୁ ଯୁବକଙ୍କୁ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର,୨୩/୯ ;ଗଣେଶ ପୂଜା ଚାନ୍ଦା ନ ଦେବାରୁ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବଡ଼ ବଜାର ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗ୍ରାମଦେବତୀ ସାହିର ଅନିଲା ଦାସ (୨୪), ରାଜା ନାୟକ (୨୩) ଓ ଚନ୍ଦନ ନାୟକ (୧୮) । ସୂଚନାଯୋଗ୍ୟ ଯେ,ଗଣପତି ନଗର ୪ର୍ଥ ଲାଇନର ବାଲାଜୀ ବେହେରା ,ଶୁଭମ ସାହୁ କାହ୍ନା ପାଢ଼ୀ ଆଦି ୩ଜଣ ଗତ ୧୯ ତାରିଖ ଅପରାହ୍ନ ସମୟରେ ସାହି ନିକଟରେ ହେଉଥିବା ଗଣେଶ ପୂଜା ମଣ୍ଡପକୁ ଯାଉଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନଙ୍କ ସମେତ କାଳିଆ ଚୌଧୁରୀ ଗଣେଶ ପୂଜା ଚାନ୍ଦା ମାଗିଲେ । ଚାନ୍ଦା ନ ଦେବାରୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିଲେ ।ଏପରିକି ବାଲାଜୀ ଧରିଥିବା ୧୭ ହଜାର ଟଙ୍କାଙ୍କୁ ସେମାନେ ଛଡ଼ାଇ ନେଇ ଯାଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉପରୋକ୍ତ ୩ଜଣଙ୍କୁ ଗିରଫ କରିଥିବା ବେଳେ କାଳିଆ ଫେରାର ଥିବା ଜଣାପଡ଼ିଛି ।