ତିନି ଦଫା ଦାବିରେ ଟିକାତାଳ ଟୋଲ୍ଗେଟ୍କୁ ସ୍ଥାନୀୟଙ୍କ ବିରୋଧ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 23, 20267 views

ଖୋର୍ଦ୍ଧା-ତିନି ଦଫା ଦାବି ନେଇ ଟିକାତାଳ ଟୋଲ୍ଗେଟ୍କୁ ସ୍ଥାନୀୟ ଲୋକଙ୍କ ବିରୋଧ। ରାସ୍ତାର ପୁନରୁଦ୍ଧାର, ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଏବଂ ବୋଲଗଡ଼ ଓ ବେଗୁନିଆ ଅଞ୍ଚଳର ସମସ୍ତ ଚାରିଚକିଆ ଯାନର ଯାତାୟାତକୁ ଟୋଲ୍ମୁକ୍ତ କରିବା ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ସ୍ଥାନୀୟଙ୍କ ଅଭିଯୋଗ ଅନୁସାରେ, ଟୋଲ୍ଗେଟ୍ ଚାଲୁ ହେବା ପୂର୍ବରୁ ରାସ୍ତାର ଆବଶ୍ୟକ ପୁନରୁଦ୍ଧାର କରାଯିବା ସହ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଦାବିଗୁଡ଼ିକ ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସ୍ଥାନୀୟମାନେ କହିଛନ୍ତି।
