ନୂଆଗାଁ ଗ୍ରାମରେ ଆଜି ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ହୋଇଯାଇଛି
Deogarh (ଦେଓଗଡ଼)ରିପୋର୍ଟ:- ନରୋତ୍ତମ ପରିଡ଼ାSeptember 23, 2026127 views

ଦେବଗଡ଼:-(ତା -୨୩-୦୯-୨୦୨୬)- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଞ୍ଚାୟତ ର ନୂଆଗାଁ ଗ୍ରାମରେ ଦୋଳଗୋବିନ୍ଦ କ୍ଲବ୍ ଆନୁକୁଲ୍ୟରେ ପଞ୍ଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଉଦଘାଟନ ହୋଇଯାଇଛି। କ୍ଲବ୍ ର ସଭାପତି ଶ୍ରୀଯୁକ୍ତ ସୁଜ୍ଞାନୀ ନାୟକ, ସମ୍ପାଦକ ପ୍ରଦୀପ ସାମଲ ଏବଂ ସମସ୍ତ ସଭ୍ୟ ଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବଳମ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ରୀନା ବେହେରା ଧୂପ, ଦ୍ବୀପ ପ୍ରଦାନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ ଏବଂ ଫିତା କାଟି ଉଦଘାଟନ କରିଥିଲେ।
ଏହି ଉଦଘାଟନୀ ମ୍ୟାଚ୍ ରେ ପ୍ରଥମ କରି ବଳମ ଓ ବାଞ୍ଝିକୁସୁମ ମଧ୍ୟରେ ହୋଇଥିଲା।ବଳମ ୩-୦ ଗୋଲ୍ ରେ ବିଜୟ ଲାଭ କରିଥିଲା।
ଦ୍ବିତୀୟ ମ୍ୟାଚ୍ ଟି ପୁରୁଣାପାଣି ଓ ବଜରଙ୍ଗୀ ଏଫ୍. ସି ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ପୁରୁଣାପାଣି ଦଳ ପେନାଲଟି ସୁଟ୍ ମାଧ୍ୟମରେ ୧-୦ ଗୋଲ୍ ରେ ବିଜୟ ଲାଭ କରି ବଜରଙ୍ଗୀ ଏଫ୍. ସି କୁ ପରାସ୍ତ କରିଥିଲା।
ତୃତୀୟ ମ୍ୟାଚ୍ ଯାହାକି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ, ଏହି ମ୍ୟାଚ୍ ଟି ବଳମ ଓ ପୁରୁଣାପାଣି ମଧ୍ୟରେ ହୋଇଥିଲା ଏବଂ ଏହି ମ୍ୟାଚରେ ବଳମ ଦଳ ପୁରୁଣାପାଣି ଦଳ କୁ ଖେଳ ଶେଷ ସୁଦ୍ଧା ୦୪ ଟି ଗୋଲ୍ ଦେଇଥିଲା ଫଳରେ ବଳମ ଦଳ ବିଜୟ ଲାଭ କରିଥିଲା ।
ଏହି ସମସ୍ତ ଖେଳକୁ ସରକାର ଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ ତିନି ଜଣ ରେଫରୀ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସ ଖେଳ ହେଲେ ମଧ୍ୟ ପ୍ରାୟ ୨୦୦୦ ରୁ ୨୫୦୦ ପର୍ଯ୍ୟନ୍ତ ଲୋକ ଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ଦର୍ଶକ ଶାନ୍ତି ଶୃଙ୍ଖଳା ବଜାୟ ରଖି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳ କୁ ଉପଭୋଗ କରିଥିଲେ ।
ଦୋଳଗୋବିନ୍ଦ କ୍ଲବ୍ ର ସମସ୍ତ ସଦସ୍ୟ ମାନେ ଯଥା- ଶ୍ରୀଯୁକ୍ତ ଟିକେଶ୍ବର ଦାସ, ଶୁକଦେବ ଧଳ, ସୁଜିତ ଜେନା, ଧିରେନ୍ ଧଳ, ପ୍ରଦୀପ ଧଳ, ଚଗଲା ସାହୁ, ବଳରାମ ନାୟକ, କିଶୋର ନାୟକ, ଅଜୟ ସାହୁ , କୃଷ୍ଣ ନାୟକ ତଥା ସମସ୍ତ ସକ୍ରିୟ ସଭ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
