--:--:--
-- ---
Srishti News

କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ

Dhenkanal (ଢେଙ୍କାନାଳ)ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳSeptember 23, 20268 views
କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ
ଢେ଼ଙ୍କାନାଳ ୨୩.୯- ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଗୋପାଳପୁରପାଟଣା ଛକ ସ୍ଥିତ ବ୍ରଜମୋହନ ଜୀୟୁ ମଣ୍ଡପ ଠାରେ କଂସାରୀ ସମାଜ ପକ୍ଷରୁ ଚଳିତ ବର୍ଷ ଲକ୍ଷ୍ମୀପୂଜା ର ଶତାବର୍ଷିକ ପାଳନ ହେବ । ଏହି ଉପଲକ୍ଷେ ପବିତ୍ର ବାମନ ଜନ୍ମ ସୁନିଆ ତିଥିରେ ଶୁଭ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଂସାରୀ ସମାଜ ସଭାପତି ନନ୍ଦକିଶୋର ମେହେଣା , ସମ୍ପାଦକ ଗିରିଶ ମହାରଣା, କୋଷାଧକ୍ଷ ପ୍ରଫୁଲ୍ଲ ସାହୁ, ଉପଦେଷ୍ଟା ଇନ୍ଦ୍ରମଣି ମହାପାତ୍ର ଙ୍କ ସମେତ କାଉନସିଲର ପପୁ କୁମାର ସାହୁ ଓ କଂସାରୀ ସମାଜ ର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ରଗଡି ନାଳ କୂଳରେ ପୂଜାର୍ଚ୍ଚନା କରାଯାଇ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଅନୁକୂଳ ମାଟି ଉଠାଣ ହୋଇଥିଲା।