ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଡ. ସର୍ବଣା ବିବେକ ଏମ୍
Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର:ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼September 23, 202643 views

ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରି ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଫିସର ଡ. ସର୍ବଣା ବିବେକ ଏମ୍ (Dr. Saravana Vivek M)ଙ୍କୁ ଭୁବନେଶ୍ୱରର ନୂଆ ଡେପୁଟି କମିଶନର ଅଫ୍ ପୋଲିସ୍ (DCP) ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ସେ ବ୍ରହ୍ମପୁରର ଏସ୍ପି (SP) ଭାବରେ କାର୍ଯ୍ୟରତ ଥିଲେ।
ପୂର୍ବତନ ଡିସିପି ଜଗମୋହନ ମୀନା ନିଜ ପଦବୀରୁ ଇସ୍ତଫା ଦେବା ପରେ ଗୃହ ବିଭାଗ ପକ୍ଷରୁ ଏହି ନୂତନ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରଦବଦଲ:
ବ୍ରହ୍ମପୁର SP: ଢେଙ୍କାନାଳ SP ଅଭିନବ ସୋନକରଙ୍କୁ ବ୍ରହ୍ମପୁରର ନୂଆ SP ଭାବେ ଅବସ୍ଥାପିତ କରାଯାଇଛି।
ଢେଙ୍କାନାଳ SP: ପାରାଦୀପର ଅତିରିକ୍ତ SP ମାନେ ଅଜିଙ୍କ୍ୟ ବାବୁରାଓଙ୍କୁ ଢେଙ୍କାନାଳ SP ଦାୟିତ୍ୱ ଦିଆଯାଇଛି।
ବରଗଡ଼ SDPO: ରାଜ୍ୟ ପୋଲିସ ମୁଖ୍ୟାଳୟର ସହକାରୀ SP ଏ.ବି. ଶିଳ୍ପାଙ୍କୁ ବରଗଡ଼ SDPO ଭାବେ ନିଯୁକ୍ତି ଦିଆଯାଇଛି।
