ଗାଁ ଦାଣ୍ଡରେ ଗଛଲତା ମାଡ଼ିଲାଣି, ଯାତାୟାତରେ ଅସୁବିଧା
Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁSeptember 23, 202641 views

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗିସିଙ୍ଗି ଗାଁ ଦାଣ୍ଡରେ ଗଛଲତା ମାଡ଼ିଯିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅନାବନା ଗଛଲତା ବଢ଼ି ରାସ୍ତାକୁ ଆଚ୍ଛାଦିତ କରିବାକୁ ବସିଲାଣି। ଫଳରେ ଗ୍ରାମବାସୀଙ୍କ ଯାତାୟାତରେ ଅସୁବିଧା ହେଉଛି। ବିଶେଷକରି ବର୍ଷା ଦିନେ ଏହି ସମସ୍ୟା ଅଧିକ ଦେଖାଦେଉଛି। ରାସ୍ତାରେ ଗଛଲତା ସଫା ନହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେଣୁ ସମ୍ପୃକ୍ତ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗାଁ ଦାଣ୍ଡରୁ ଗଛଲତା ସଫା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
