କୋରିଗାଁରେ ୪ର୍ଥ ବର୍ଷର କୁରଙ୍ଗେଶ୍ୱର ଶିବିର
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 22, 202665 views

୨୨ ୟୁନିଟ୍ ରକ୍ତ ସଂଗ୍ରହ, ଯୁବପିଢ଼ିଙ୍କ ସ୍ୱେଚ୍ଛାକୃତ ରକ୍ତଦାନ
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପ୍ରଖଣ୍ଡରେ ବଜରଙ୍ଗ ଦଳ ପକ୍ଷରୁ ଯୁବପିଢ଼ିଙ୍କୁ ନେଇ ୪ର୍ଥ ବର୍ଷର କୁରଙ୍ଗେଶ୍ୱର ଶିବିର ଅନୁଷ୍ଠିତ ହୋଇଯାଇଛି। କୋରିଗାଁ ଖଣ୍ଡସ୍ଥିତ S.V.S.K. ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।
ଶିବିରରେ ଯୁବପିଢ଼ିଙ୍କ ଉତ୍ସାହଜନକ ଅଂଶଗ୍ରହଣ ମଧ୍ୟରେ ମୋଟ ୨୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭଦ୍ରକ ରେଡ୍ କ୍ରସ୍ ପକ୍ଷରୁ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା।
ଏହି ଅବସରରେ ସାଧୁ ବାବା ସନ୍ତୋଷ ଦାସ, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା କର୍ମକର୍ତ୍ତା ରଥକିଶୋର ସାମଲ, ଚନ୍ଦ୍ରଶେଖର ସାମଲ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରବି ସାହୁ, ଗରୁଜୀ ଗୁରୁମା, ସମାଜସେବୀ ସନ୍ଦୀପ ସାମଲ, ଇଞ୍ଜିନିୟର ଦେବ ସେଠୀ, ଆଶିଷ ସାମଲ, ସିଦ୍ଧାର୍ଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଗ୍ରାମ କର୍ମକର୍ତ୍ତା, ଶିଶୁ ମନ୍ଦିର କାର୍ଯ୍ୟକର୍ତ୍ତା ମହେଶ୍ୱର ନାୟକଙ୍କ ସମେତ ବଜରଙ୍ଗ ଦଳର ହିମାଂଶୁ ଶେଖର ବେହେରା, ପ୍ରକାଶ ଚନ୍ଦ୍ର ନାୟକ, ସିଲୁ ଦାସ, ଗୌରା ବାରିକ, କହ୍ନେଇ ସୂତାର, ଦୀନା ସାହୁ, ବୁବୁ ଆଇଚ, ସିତୁନୁ ଦାଶ, ମିଲନ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଓ ଯୁବକ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ।
ଯୁବପିଢ଼ିଙ୍କ ମଧ୍ୟରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଆବଶ୍ୟକ ସମୟରେ ରକ୍ତ ଯୋଗାଣରେ ସହାୟତା କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆୟୋଜକଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
