--:--:--
-- ---
Srishti News

ଖୋର୍ଦ୍ଧା ପୋଲିସର ବଡ଼ ଚଢ଼ାଉ, ବେଆଇନ ଜର୍ଦ୍ଦା-ଗୁଟଖା କାରବାର ପର୍ଦ୍ଦାଫାଶ

Khordha (ଖୋର୍ଦ୍ଧା)ରିପୋର୍ଟ - ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 22, 202644 views
ଖୋର୍ଦ୍ଧା ପୋଲିସର ବଡ଼ ଚଢ଼ାଉ, ବେଆଇନ ଜର୍ଦ୍ଦା-ଗୁଟଖା କାରବାର ପର୍ଦ୍ଦାଫାଶ
ଖୋର୍ଦ୍ଧା: ବେଆଇନ ଜର୍ଦ୍ଦା ଓ ଗୁଟଖା କାରବାର ବିରୋଧରେ ଖୋର୍ଦ୍ଧା ପୋଲିସର ବଡ଼ଧରଣର ଚଢ଼ାଉ। ଚଢ଼ାଉ ବେଳେ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଜର୍ଦ୍ଦା, ଗୁଟଖା ଓ ଅନ୍ୟାନ୍ୟ ସାମଗ୍ରୀ ସହ ନଗଦ ଟଙ୍କା ଜବତ କରିଛି ପୋଲିସ। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ପୋଲିସର ଏହି ଚଢ଼ାଉ ପରେ ବେଆଇନ ଜର୍ଦ୍ଦା ଓ ଗୁଟଖା କାରବାର କରୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଜବତ ସାମଗ୍ରୀ ଓ ନଗଦ ଟଙ୍କାକୁ ପୋଲିସ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।