ବଦଳିଲେ ବ୍ରହ୍ମପୁର ଏସ୍ପି ଡ. ସର୍ବଣା ବିବେକ ଏମ୍* ନୂତନ ଏସ୍ପି ଭାବେ ଦାୟିତ୍ୱ ନେଲେ ଅଭିନବ ସୋନକର
Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀSeptember 22, 202618 views

ବ୍ରହ୍ମପୁର; ବ୍ରହ୍ମପୁର ଏସ୍ପି ଡ. ସର୍ବଣା ବିବେକ ଏମ୍ଙ୍କ ବଦଳି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବଦଳି ନିର୍ଦ୍ଦେଶନାମାରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସ୍ଥାନରେ ଢେଙ୍କାନାଳ ଏସ୍ପି ଭାବେ କାର୍ଯ୍ୟରତ ଅଭିନବ ଶଙ୍କରଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ବଦଳି କରାଯାଇଛି। ଅଭିନବ ସୋନକର ୨୦୧୯ ବ୍ୟାଚ୍ର ଆଇପିଏସ୍ ଅଧିକାରୀ। ଗୃହ ବିଭାଗର ନୋଟିଫିକେସନ୍ ଅନୁଯାୟୀ, ସେ ଖୁବ୍ଶୀଘ୍ର ବ୍ରହ୍ମପୁର ଏସ୍ପି ଭାବେ ଦାୟିତ୍ୱ ଗ୍ରହଣ କରିବେ।

