--:--:--
-- ---
Srishti News

​ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ: ଗୋପାଳପୁରରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ, ୨୩ ରାତି କିମ୍ବା ୨୪ ଭୋରରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

Bhubaneswar (ଭୁବନେଶ୍ୱର)​ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 22, 202611 views
​ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ: ଗୋପାଳପୁରରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ, ୨୩ ରାତି କିମ୍ବା ୨୪ ଭୋରରେ ସ୍ଥଳଭାଗ ଛୁଇଁବା ସମ୍ଭାବନା
​ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ (Depression) ଧୀରେ ଧୀରେ ଅଧିକ ଘନୀଭୂତ ଓ ତୀବ୍ର ହେବାରେ ଲାଗିଛି। ଏହା ବର୍ତ୍ତମାନ ଗୋପାଳପୁର ଠାରୁ ପ୍ରାୟ ୨୫୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଅନ୍ୟପକ୍ଷରେ, ଏହା ପୁରୀଠାରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ-ପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମରୁ ୩୩୦ କିଲୋମିଟର ଏବଂ ବିଶାଖାପାଟଣାରୁ ୪୧୦ କିଲୋମିଟର ଦୂରତାରେ ରହି ସ୍ଥଳଭାଗ ଆଡ଼କୁ ମୁହାଁଉଛି। ​ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଅବପାତଟି ଆଗାମୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ର ରୂପ ନେବ। ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହୋଇ ୨୩ ତାରିଖ ରାତିରୁ ୨୪ ତାରିଖ ଭୋର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ବହୁ ସମ୍ଭାବନା ରହିଛି। ମୁଖ୍ୟତଃ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉପକୂଳ ଦେଇ ଏହା ସ୍ଥଳଭାଗରେ ପ୍ରବେଶ କରିପାରେ। ​ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ବେଗ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି।