ସୋସିଆଲ ମିଡିଆରେ ମହିଳାଙ୍କୁ ଅଶ୍ଳୀଳ ଓ ଧମକପୂର୍ଣ୍ଣ ବିଷୟବସ୍ତୁ ପ୍ରଚାର, ଅଭିଯୁକ୍ତ ଗିରଫ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 21, 202688 views

ଅନୁଗୋଳ: ସୋସିଆଲ ମିଡିଆ ମାଧ୍ୟମରେ ମହିଳାମାନଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ, ଅଶ୍ଳୀଳ ଓ ଧମକପୂର୍ଣ୍ଣ ବିଷୟବସ୍ତୁ ପ୍ରଚାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅନୁଗୋଳ ସାଇବର ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳର ଶୁଭ୍ରରାଜ ମାଝୀ
ଏନେଇ CC & EO ଥାନା, ଅନୁଗୋଳରେ କେସ୍ ନମ୍ବର ୧୭, ତାରିଖ ୨୦.୦୯.୨୦୨୬ରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୧.୦୯.୨୦୨୬ରେ ମାନ୍ୟବର ଅଦାଲତରେ ହାଜର କରିଛି।
ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ପ୍ରଚାର, ଅପଶବ୍ଦ ପ୍ରୟୋଗ, ଧମକ ଦେବା କିମ୍ବା କାହାକୁ ଭୟଭୀତ କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁଗୋଳ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।
ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
