ପାଲାମଣ୍ଡପ ଛକରେ ଗଣେଶ ପୂଜାରେ ଯୋଗଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳSeptember 21, 202655 views

ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗୋଡ଼ିସାହିସ୍ଥିତ ପାଲାମଣ୍ଡପ ଛକଠାରେ ଆୟୋଜିତ ପବିତ୍ର ଗଣେଶ ପୂଜାରେ ଯୋଗଦେଇ ପ୍ରଭୁ ଶ୍ରୀଗଜାନନଙ୍କ ଆଶୀର୍ବାଦ କାମନା କରିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ।
ଏହି ଅବସରରେ ଶ୍ରୀ ସାହୁ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଗ୍ରାମବାସୀ ଓ ପୂଜା କମିଟିର ସଦସ୍ୟମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ମିଶି ପ୍ରସାଦ ସେବନ କରିଥିଲେ। ତାଙ୍କ ଯୋଗଦାନକୁ ନେଇ ପୂଜା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
