ଜୋନ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ,ଖୋର୍ଦ୍ଧାSeptember 20, 20268 views

ଖୋର୍ଦ୍ଧା: ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ ନମ୍ବର ଜୋନର ସଭାପତି ମାନସ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ଲକ୍ଷ୍ମଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଡିଆ ପଞ୍ଚାୟତସ୍ଥିତ ଲୋକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜୋନସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ସାଂଗଠନିକ କାର୍ଯ୍ୟକଳାପ ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକ, ବ୍ଲକ୍ ସଭାପତି ଶିଶିର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶେଖ ସାଜିଦ, ସାଦିକ ଖାନ, ପୂର୍ଣ୍ଣଚନ୍ଦ୍ର ବେହେରା, ମନୋଜ ପଟ୍ଟନାୟକ, ବୁଲୁ ରାଉତ, ସର୍ବେଶ୍ୱର ମଲ୍ଲିକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
