A1 କ୍ଲବର ଗଣେଶ ପୂଜାର ୧୦ମ ବର୍ଷପୂର୍ତ୍ତି: ଉତ୍ସବରେ ଯୋଗଦେଲେ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 20, 202676 views

ଅନୁଗୋଳ: ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତର ସମାକୋଇ ଗ୍ରାମରେ ପବିତ୍ର ଗଣେଶ ପୂଜାର ୧୦ ବର୍ଷ ପୂର୍ତ୍ତି ଅବସରରେ A1 କ୍ଲବ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲଡୁ ନିଲାମ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲଡୁ ନିଲାମ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ନିଓ କ୍ରିଏସନ ଡ୍ୟାନ୍ସ ଏକାଡେମୀର କଳାକାରମାନେ ଶାନ୍ତି ଓ ଶୃଙ୍ଖଳାର ସହ ବିଭିନ୍ନ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ।
ଏହି ଅବସରରେ ସମାଜସେବୀ ଅଭିମନ୍ୟୁ ସାହୁ A1 କ୍ଲବର ସମସ୍ତ ସଦସ୍ୟ, ଆୟୋଜକ ଓ କଳାକାରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
