--:--:--
-- ---
Srishti News

ବାମଡିହ–ବେଗୁନିଆ ମଝିରେ ଦୁର୍ଘଟଣା, ରାସ୍ତା କଡ଼ରେ ଲୁହା ବାଡ଼ରେ ପିଟିଲା ୟୁରିଆ ସାର ବୋଝେଇ ଟ୍ରକ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାSeptember 20, 202651 views
ବାମଡିହ–ବେଗୁନିଆ ମଝିରେ ଦୁର୍ଘଟଣା, ରାସ୍ତା କଡ଼ରେ ଲୁହା ବାଡ଼ରେ ପିଟିଲା ୟୁରିଆ ସାର ବୋଝେଇ ଟ୍ରକ
ଖୋର୍ଦ୍ଧା: ବାମଡିହ ଓ ବେଗୁନିଆ ମଝିରେ ଘଟିଛି ସଡ଼କ ଦୁର୍ଘଟଣା। ଜଟଣୀରୁ ନୟାଗଡ଼ ଅଭିମୁଖେ ୟୁରିଆ ସାର ବୋଝେଇ ଯାଉଥିବା ଏକ ଟ୍ରକ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲୁହା ବାଡ଼ରେ ଧକ୍କା ଦେଇଥିବା ଦେଖିବାକୁ ମିଳିଛି। ଧକ୍କା ଯୋଗୁଁ ଟ୍ରକର ଆଗ ଚକା ଫାଟି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକଟି ରାସ୍ତା କଡ଼ରେ ଅଟକି ରହିଥିବା ବେଳେ, ଘଟଣାସ୍ଥଳରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।