ଗୋପାଳପୁର ବେଳାଭୂମିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସେବା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
Ganjam (ଗଞ୍ଜାମ)ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗରSeptember 20, 202613 views

ଗୋପାଳପୁର: ଗଞ୍ଜାମ ଜିଲ୍ଲା କଂଗ୍ରେସ (ପୂର୍ବ) ସେବା ଦଳ ତରଫରୁ ଗୋପାଳପୁର ବେଳାଭୂମିଠାରେ ଏକ ସଫେଇ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଜନହିତକର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବେଳାଭୂମିକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ କଂଗ୍ରେସର ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଏବଂ AICC ପ୍ରଭାରୀ ନରେନ୍ଦ୍ର ସିଂ ଭାଟି ପ୍ରମୁଖ ଉପସ୍ଥିତ ରହି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ପୂର୍ବତନ ବିଧାୟକ ଡାକ୍ତର ତ୍ରିନାଥ ବେହେରା, ଉପସଭାପତି ବୃନ୍ଦାବନ ଖଟେଇ ଓ ଉପସଭାପତି ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏହାସହ ସୋସିଆଲ ମିଡିଆ ଅଧ୍ୟକ୍ଷ ସିଦ୍ଧାନ୍ତ କୁମାର ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଗୋକୁଳ କର, ପବିତ୍ର ସାବତ, ଶଙ୍କର ସୁବୁଦ୍ଧି, ପ୍ରଶାନ୍ତ ପାଣି ଏବଂ ବିପୁଳ ସଂଖ୍ୟାରେ କଂଗ୍ରେସ ସେବା ଦଳର କର୍ମୀମାନେ ଉପସ୍ଥିତ ରହି ଏହି ସଫେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସେବା ଦଳ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିବା ସୂଚନା ମିଳିଛି।
