ଦୀର୍ଘଦିନ ପରେ ରାଜ୍ୟ ସରକାର ଙ୍କ ଦ୍ବାରା ପଟ୍ଟାମୁଣ୍ଡାଇ ପାଳପାଟଣା ଠାରେ ମହାସାହାଣୀ ସେତୁ ନିର୍ମାଣ ପାଇଁ ସରକାର ଙ୍କ ମଞ୍ଜୁର
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର : କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାSeptember 20, 202621 views

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତ ପାଳ ପାଟଣା ଠାରେ ସରକାର ଙ୍କ ଦ୍ଵାରା ମହାସାହାଣୀ ସେତୁ ନିର୍ମାଣ ପାଇଁ ସରକାର ମଞ୍ଜୁର କରିଛନ୍ତି, ପାଳ ପାଟଣା ଗ୍ରାମ ଦେଇ ବ୍ରାହ୍ମଣୀ ନଦୀ ଯାଇଅଛି, ଏହି ନଦୀର ପ୍ରାୟ ୧୪ ଟି ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି,
ଏହି ନଦୀ ନିର୍ମାଣ ହେଲେ ଲୋକମାନେ ନାହିଁ ନଥିବା ଅସୁବିଧା ରୁ ବଞ୍ଚିତ ହେବେ,ଲୋକ ଙ୍କ ସମସ୍ୟା ଦେଖି ସରକାର ବ୍ୟୟ ଅଟକଳ ମୂଲ୍ୟ ସହିତ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ପରାମର୍ଶ ଦେଇଛନ୍ତି,
ପାଖା ପଞ୍ଚାୟତ ବଲଭଦ୍ରପୂର୍,ସଂସାରଫଳ, ଖଣତା,ଓଉପଦା,ଦୋଷିଆ,ଚନ୍ଦନନଗର ,ଶାସନ, ଡ଼ାମରପୂର୍,ପଞ୍ଚାୟତ ବାସୀ ମାନେ ଭଦ୍ରକ,ଚାନ୍ଦବାଲି, ଆଳୀ ସୀଙ୍ଗିରି ଯିବାପାଇଁ ଆଉ ଦୀର୍ଘ ୨୦ କିଲୋମିଟ ବୁଲି ଯିବାପାଇଁ ପଡ଼ିବ ନାହିଁ,
ରାଜ୍ୟ ସରକାର ଯେଉଁ ପଦେକ୍ଷପ ନେଇଛନ୍ତି ତାହା ମଧ୍ୟ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା,ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ରାଜନଗର ବିଧାୟକ ପ୍ରାଥି ଲଲିତ ବେହେରା, ଚନ୍ଦନନଗର ଗ୍ରାମ ପଞ୍ଚାୟତ ର ଯୁବ ଲଢୁଆ ନେତା ସମାଜସେବୀ କୃଷକ ମାନଙ୍କ ବିଶ୍ୱାସ ର ପ୍ରତୀକ ତଥା ୧୭ ନମ୍ବର ଜୋନ ର ସଭାପତି ଶ୍ୱାଗତ ଦାସ ଏବଂ ପୂର୍ବରୁ ବହୁ ଆନ୍ଦୋଳନ କୁ ଜାରି ରଖିଥିବା ଗାଁ ଲୋକ ଆଖପାଖ ପଞ୍ଚାୟତ ବାସୀ,ସମାଜସେବୀ , ବୁଦ୍ଧି ଯିବୀ,ଶିକ୍ଷାବିତ୍, ଙ୍କ ଦାବିପୁରଣ ହୋଇଅଛି,
ସେଥି ପାଇଁ ୧୪ ଗୋଟି ପଞ୍ଚାୟତ ବାସୀ ଙ୍କ ଜୀବନ ଜୀବିକା ଏବଂ ବ୍ରାହ୍ମଣୀ ନଦୀ ରେ ଯେଉଁ କୁମ୍ଭୀର ଆତଙ୍ଗ ରୁ ରକ୍ଷା ପାଇବା ପିଲା ମାନେ ସ୍କୁଲ, କଲେଜ,ଯିବାରେ ସୁବିଧା ହୋଇପାରିବ ବୋଲି ସାମାଜିକ କ୍ଷେତ୍ରରେ ଆଲୋଚନାର ବିଷୟ ପାଲଟିଛି
