--:--:--
-- ---
Srishti News

ବିଶ୍ୱକର୍ମା ପୂଜାରେ ସେଣ୍ଟ୍ରାଲ ୱର୍କସପ୍‌ରେ ବିଧାୟକ ବ୍ରଜକିଶୋର ପ୍ରଧାନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 19, 202645 views
ବିଶ୍ୱକର୍ମା ପୂଜାରେ ସେଣ୍ଟ୍ରାଲ ୱର୍କସପ୍‌ରେ ବିଧାୟକ ବ୍ରଜକିଶୋର ପ୍ରଧାନ
ତାଳଚେର: ଦେବଶିଳ୍ପୀ ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ପବିତ୍ର ପୂଜା ଅବସରରେ ତାଳଚେର ସେଣ୍ଟ୍ରାଲ ୱର୍କସପ୍‌ ପରିସରରେ ଆୟୋଜିତ ପୂଜା ମଣ୍ଡପକୁ ପରିଦର୍ଶନ କରିଥିଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏହି ଅବସରରେ ସେ ପ୍ରଭୁ ଶ୍ରୀ ବିଶ୍ୱକର୍ମାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜା ଅବସରରେ ବିଧାୟକ ଶ୍ରୀ ପ୍ରଧାନ ସେଣ୍ଟ୍ରାଲ ୱର୍କସପ୍‌ର ସମସ୍ତ କର୍ମଚାରୀ, ଶ୍ରମିକ ଭାଇଭଉଣୀ ଓ ଶ୍ରଦ୍ଧାଳୁମାନଙ୍କୁ ପବିତ୍ର ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏଥିସହ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ପୂଜା ମଣ୍ଡପ ପରିଦର୍ଶନ ସମୟରେ କର୍ମଚାରୀ ଓ ଶ୍ରଦ୍ଧାଳୁମାନଙ୍କ ସହ ବିଧାୟକ ଶ୍ରୀ ପ୍ରଧାନ ଆଲୋଚନା କରିଥିବା ଜଣାପଡ଼ିଛି।