ବ୍ରାଉନ ସୁଗାର ବେପାରୀ ଗିରଫ, ୮.୬୬୦ ଗ୍ରାମ ବ୍ରାଉନ ସୁଗାର ଜବତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେର , ଅନୁଗୋଳSeptember 19, 202647 views

ତାଳଚେର: ବ୍ରାଉନ ସୁଗାର ବେପାରୀଙ୍କ ବିରୋଧରେ ତାଳଚେର ପୋଲିସର ଚଢ଼ାଉ। ତାଳଚେର ବାଘୁଅବୋଲ ଶିବ ମନ୍ଦିର ନିକଟରେ ଚଢ଼ାଉ କରି ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ୮.୬୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ କୋଲିୟାରୀ ଥାନା ଅନ୍ତର୍ଗତ କେନ୍ଦୁବାନିଆସାହିର ସନ୍ତୁ ଓରଫ ସନ୍ତୋଷ ଜାଲ (୩୬), ଶରତ ଜାଲ (୩୦) ଏବଂ ଟେରୁ ଓରଫ ଦିପ୍ତୀରଞ୍ଜନ ବେହେରା (୨୪)।
ଘଟଣାରେ ତାଳଚେର ପୋଲିସ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେଇଛି।
