୧୬୦ ଦିନରୁ ଊର୍ଦ୍ଧ୍ୱ କାରାଦଣ୍ଡ ପରେ ମୁକ୍ତି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 18, 202667 views

ଅନୁଗୋଳ: କୋଶଳା ଗ୍ରାମର ୫ ଜଣଙ୍କୁ ୧୬୦ ଦିନରୁ ଊର୍ଦ୍ଧ୍ୱ କାରାଦଣ୍ଡ ସାରି ଅନୁଗୋଳ କାରାଗାରରୁ ମୁକ୍ତି ପାଇବା ପରେ ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
କାରାଗାରରୁ ବାହାରିବା ପରେ ସେମାନଙ୍କୁ ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସେମାନେ ଦୀର୍ଘ ୧୬୦ ଦିନରୁ ଊର୍ଦ୍ଧ୍ୱ ସମୟ ତ୍ୟାଗ ଓ ସଂଘର୍ଷ କରିଥିବା ବିଜେଡି ପକ୍ଷରୁ କୁହାଯାଇଛି।
ସେମାନଙ୍କ ନିର୍ଭୀକତା, ଦୁଃସାହସ ଓ ତ୍ୟାଗକୁ ପ୍ରଶଂସା କରି ବିଜେଡି ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଜନତାଙ୍କ ପାଇଁ ଏହି ତ୍ୟାଗ ଓ ସଂଘର୍ଷ ଅନୁଗୋଳ ଜିଲ୍ଲାର ଇତିହାସରେ ସ୍ମରଣୀୟ ହୋଇ ରହିବ।
