--:--:--
-- ---
Srishti News

ବେଆଇନ ଡିଜେଲ ଚାଲାଣ ବେଳେ ଜବତ, ଜଣେ ଗିରଫ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଛେଣ୍ଡିପଦା , ଅନୁଗୋଳSeptember 18, 202648 views
ବେଆଇନ ଡିଜେଲ ଚାଲାଣ ବେଳେ ଜବତ, ଜଣେ ଗିରଫ
ଅନୁଗୋଳ: ବେଆଇନ ଭାବେ ଡିଜେଲ ଚାଲାଣ କରୁଥିବା ବେଳେ ବାଗେଡ଼ିଆ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ ୨୮୦ ଲିଟର ଡିଜେଲ ଜବତ କରିଛି। ସୂଚନା ଅନୁଯାୟୀ, ବାଗେଡ଼ିଆ ପୋଲିସ ପକ୍ଷରୁ ଗାଡ଼ି ପେଟ୍ରୋଲିଂ ଚାଲିଥିବା ସମୟରେ ବାଗେଡ଼ିଆ ଥାନା ଅନ୍ତର୍ଗତ ବାରମଞ୍ଚା ବାଲିସାହି ମନ୍ଦିର ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାରକୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ କାର ଭିତରୁ ୧୪ଟି ଜାରକିନରେ ରଖାଯାଇଥିବା ପ୍ରାୟ ୨୮୦ ଲିଟର ଡିଜେଲ ମିଳିଥିଲା। ପୋଲିସ ଡିଜେଲକୁ ଜବତ କରିବା ସହ କାର ଚାଳକଙ୍କୁ ଗିରଫ କରିଥିଲା। ଗିରଫ ଯୁବକ ଜଣକ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ବାଟଗାଁ ଗ୍ରାମର ରଂଜିତ ଦେହୁରୀ (୩୫) ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ବାଗେଡ଼ିଆ ପୋଲିସ ତଦନ୍ତ ଜାରି ରଖିଛି।