--:--:--
-- ---
Srishti News

ଜରପଡ଼ା ପୋଲିସର ବଡ଼ ସଫଳତା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଜରପଡା ,ଅନୁଗୋଳSeptember 18, 202641 views
ଜରପଡ଼ା ପୋଲିସର ବଡ଼ ସଫଳତା
ଅନୁଗୋଳ: ଡିଜେଲ ଡକାୟତି ମାମଲାରେ ଜରପଡ଼ା ପୋଲିସକୁ ବଡ଼ ସଫଳତା। ଘଟଣାର ଅଳ୍ପ ସମୟ ମଧ୍ୟରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୋରଡ଼ା ଗ୍ରାମର ସିପୁନ ବାରିକ। ପୋଲିସ ସୂଚନା ଅନୁସାରେ, ୧୬/୧୭ ସେପ୍ଟେମ୍ବର ମଧ୍ୟରାତ୍ରିରେ ଏକ ଟ୍ରକରୁ ଜୋରଜବରଦସ୍ତ ଡିଜେଲ କାଢ଼ି ନେବା ଅଭିଯୋଗ ହୋଇଥିଲା। ଚାଳକ ପ୍ରତିବାଦ କରିବାରୁ ତାଙ୍କୁ ଧକ୍କା ଦେଇ ଅଭିଯୁକ୍ତମାନେ ଏକ ଟାଟା ଇଣ୍ଡିଗୋ କାରରେ ଅନୁଗୋଳ ଆଡ଼କୁ ପଳାଇଥିଲେ। ଅଭିଯୋଗ ପରେ ଜରପଡ଼ା ପୋଲିସ ତଦନ୍ତ କରି ସିପୁନ ବାରିକଙ୍କୁ ଗିରଫ କରିବା ସହ ୫୦ ଲିଟର ଡିଜେଲ, ଅପରାଧରେ ବ୍ୟବହୃତ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।