ପର୍ଲା ମଣ୍ଡଳରେ ଯୁବ ମୋର୍ଚ୍ଚାର ମଣ୍ଡଳ ପ୍ରବାସ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ରାଷ୍ଟ୍ର ଗଠନରେ ଯୁବଶକ୍ତିର ଭୂମିକା ଉପରେ ଆଲୋଚନା
Kalahandi (କଳାହାଣ୍ଡି)ରିପୋର୍ଟ -ନିରାକାର ଗୋପାଳ, ଧର୍ମଗଡ ପ୍ରତନିଧିSeptember 18, 2026331 views

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମପଞ୍ଚାୟତ ଦଳସର୍ଗି ଠାରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଏବଂ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ପର୍ଲା ମଣ୍ଡଳରେ ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ପର୍ଲା ମଣ୍ଡଳ ସ୍ଥିତ ବେହେରା ଶକ୍ତି କେନ୍ଦ୍ର ର ଦଳସର୍ଗି ଠାରେ ଆରମ୍ଭ ହୋଇଥିଲା।ପର୍ଲା ମଣ୍ଡଳ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ସୁଧୀର ରଞ୍ଜନ ଗୋପାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପର୍ଲା ମଣ୍ଡଳ ସଭାପତି ଅଜୟ ମେହେର, କଳାହାଣ୍ଡି ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଡ. ଦୁଷ୍ମନ୍ତ ଯାଦବ, ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ (କାର୍ଯ୍ୟାଳୟ) ନିଗମାନନ୍ଦ ଦାଶ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ସତ୍ୟ କାଣ୍ଡଙ୍କ ସମେତ ପର୍ଲା ମଣ୍ଡଳ ଯୁବ ମୋର୍ଚ୍ଚାର କନକ ବର୍ଦ୍ଧନ ନାଏକ, ଗଜିନ୍ଦ୍ର ବାଗ, ସୁଧୀର ଚନ୍ଦ୍ର ମାଝୀ, ପଦ୍ମଲୋଚନ କାଣ୍ଡ ଏବଂ ମଣ୍ଡଳର ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା, ଯୁବକମାନଙ୍କୁ ସଂଗଠନ ସହ ଅଧିକ ସଂଯୋଜିତ କରିବା ଏବଂ ଆଗାମୀ ଦିନରେ ଯୁବ ମୋର୍ଚ୍ଚାର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଗ୍ରାମ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ଏଥିସହ ରାଷ୍ଟ୍ର ଗଠନରେ ଯୁବଶକ୍ତିର ଗୁରୁତ୍ୱ, ଯୁବକମାନଙ୍କ ଦାୟିତ୍ୱ ଓ ସମାଜ ପ୍ରତି ସେମାନଙ୍କ ଅବଦାନ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା।ପର୍ଲା ମଣ୍ଡଳରେ ଯୁବ ମୋର୍ଚ୍ଚାର ସାଙ୍ଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ସହ ପ୍ରତ୍ୟେକ ବୁଥ୍ରେ ଯୁବ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଭାଗିଦାରି ବଢ଼ାଇବା ପାଇଁ ଉପସ୍ଥିତ ଯୁବ ସାଥୀମାନଙ୍କୁ ଆହ୍ୱାନ କରାଯାଇଥିଲା।ଯୁବଶକ୍ତିର ସକ୍ରିୟତା, ସାଙ୍ଗଠନିକ ଏକତା ଓ ନିରନ୍ତର ଜନସେବା ମାଧ୍ୟମରେ ପର୍ଲା ମଣ୍ଡଳରେ ଯୁବ ମୋର୍ଚ୍ଚା ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ସଂକଳ୍ପ ନେଇଥିଲେ l
