--:--:--
-- ---
Srishti News

କୃଷି ଋଣ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ଅଭିଯୋଗ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 18, 202653 views
କୃଷି ଋଣ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ଅଭିଯୋଗ
ଦୋବଲ ଏସ୍‌ବିଆଇ ଶାଖା ବିରୋଧରେ ଥାନାରେ ଅଭିଯୋଗ ଧାମନଗର, ୧୮।୯: କୃଷି ଋଣ ଖାତାରୁ ତାଙ୍କ ସମ୍ମତି ବିନା ୧୩,୧୯୯ ଟଙ୍କା ଡେବିଟ୍ ହୋଇଥିବା ଅଭିଯୋଗ କରିଛନ୍ତି ରାଧାବଲ୍ଲଭପୁର ଗ୍ରାମର ସଞ୍ଜୀବ କୁମାର ମହାନ୍ତି। ଏନେଇ ସେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ସହ ଟଙ୍କା ଫେରସ୍ତ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, ସଞ୍ଜୀବ କୃଷି ଋଣ ପାଇଁ ଦୋବଲ ଏସ୍‌ବିଆଇ ଶାଖାରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ପରେ ତାଙ୍କ ନାମରେ ଏକ କୃଷି ଋଣ ଖାତା ଖୋଲାଯାଇଥିଲା। ତେବେ ଗତ ଅଗଷ୍ଟ ୧୯ ତାରିଖରେ ତାଙ୍କ ଅଜାଣତରେ ଉକ୍ତ ଖାତାରୁ ୧୩,୧୯୯ ଟଙ୍କା ଡେବିଟ୍ ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହି ଟଙ୍କା କେଉଁ କାରଣରେ ଡେବିଟ୍ ହେଲା ଏବଂ କେଉଁ ଖାତାକୁ ଟଙ୍କା ଯାଇଛି, ସେ ସମ୍ପର୍କରେ ତାଙ୍କୁ ସ୍ପଷ୍ଟ ସୂଚନା ମିଳିନଥିବା ସଞ୍ଜୀବ ଅଭିଯୋଗରେ ଦର୍ଶାଇଛନ୍ତି। ଟଙ୍କା ଫେରସ୍ତ ଓ ଡେବିଟ୍‌ର କାରଣ ଜାଣିବା ପାଇଁ ସେ ବ୍ୟାଙ୍କ ଶାଖାକୁ ଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ସେ ଅଭିଯୋଗ କରିଛନ୍ତି। ଏହି ଟଙ୍କା କିପରି ଡେବିଟ୍ ହେଲା, କାହା ନିର୍ଦ୍ଦେଶରେ ହେଲା ଏବଂ ଟଙ୍କା କେଉଁ ଖାତାକୁ ଯାଇଛି, ତାହାର ତଦନ୍ତ କରାଯାଇ ଟଙ୍କା ଫେରସ୍ତ କରାଯାଉ ବୋଲି ସଞ୍ଜୀବ ଦାବି କରିଛନ୍ତି।