ସାରମସିଲିରେ ସାମୂହିକ ନୂଆଁଖାଇ ଓ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 18, 202610 views

ଝାରବନ୍ଧ -ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସାରମସିଲି ଗ୍ରାମର ମଝିପଡ଼ାରେ ସାମୂହିକ ଭାବେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି। ଗ୍ରାମବାସୀ ଏକାଠି ହୋଇ ଚଳିତବର୍ଷ ମଝିପଡ଼ାରେ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲେ।
ନୂଆଁଖାଇ ହେଉଛି ନୂଆ ଧାନକୁ ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବା ପରେ ପରିବାର ଓ ସମାଜ ସହ ଏକାଠି ନବାନ୍ନ ଭୋଜନ କରିବାର ପରମ୍ପରା। ଏହି ପର୍ବ ଚାଷୀଙ୍କ ଜୀବନ, କୃଷି ଓ ମାଟି ସହ ଜଡ଼ିତ ଥିବାରୁ ପଶ୍ଚିମ ଓଡ଼ିଶାରେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି।
ସାରମସିଲି ମଝିପଡ଼ାରେ ଆୟୋଜିତ ସାମୂହିକ ନୂଆଁଖାଇରେ ମଝି ପଡ଼ାର ବୟସ୍କଙ୍କଠାରୁ ଆରମ୍ଭ କରି ଯୁବକ, ମହିଳା ଓ ଶିଶୁମାନେ ଉତ୍ସାହର ସହ ସାମିଲ ହୋଇଥିଲେ। ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ପାରମ୍ପରିକ ନବାନ୍ନ ଭୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବିଶେଷ ଆନନ୍ଦ ପରିଲକ୍ଷିତ ହୋଇଥିଲା।
ସାମୂହିକ ନୂଆଁଖାଇ ମାଧ୍ୟମରେ ଗ୍ରାମର ଭାଇଚାରା, ସାମାଜିକ ଏକତା ଓ ପରସ୍ପର ସହଯୋଗର ଭାବନା ଆହୁରି ମଜବୁତ ହୋଇଛି।
ଏହି ଅବସରରେ ମଝିପଡ଼ାର ଗ୍ରାମବାସୀ ସହଦେବ ସାହୁ, ଗିରଧାରୀ ସାହୁ, ପରମାନନ୍ଦ ସାହୁ, ସୂରିତ ସାହୁ, ଦିଲ୍ଲୀପ ସାହୁ, ଦୀନବନ୍ଧୁ ସାହୁ, ଗୋବର୍ଦ୍ଧନ ସାହୁ, ଗର୍ଜନ ସାହୁ, ରିଖିରାମ ଶତନାମୀ ସହ ପ୍ରମୁଖ ଉପସ୍ଥିତ ଥିଲେ।
ନିମନ୍ତ୍ରିତ ଅତିଥି ଭାବେ ବିଜେପି ଜଗଦଲପୁର ମଣ୍ଡଳ ସଭାପତି କ୍ଷୀରସାଗର ସାହୁ, ପଦ୍ମନ ରଣା, ହରେକୃଷ୍ଣ ପଟେଲ, ମଦନ ପଟେଲ, ସତ୍ୟମ ପ୍ରଧାନ, ଗଣେଶ ସାହୁ, ତୁଳସୀ ସାହୁ, ପ୍ରଦ୍ୟୁମ୍ନ ସାହୁ ଯୋଗଦେଇ ନୂଆ ପିଢ଼ିକୁ ନିଜ ମାଟି, ପରମ୍ପରା ଓ ସଂସ୍କୃତି ସହ ଯୋଡ଼ି ରଖିବାକୁ ଆହ୍ୱାନ ଦେଇଥିଲେ।
