ଦିନକୁ ଦିନ ବଢୁଛି ବଣୁଆ ହାତୀଙ୍କ ଉପଦ୍ରବ
Sundargarh (ସୁନ୍ଦରଗଡ଼)ବଣାଇରୁ : ସୌମ୍ୟ ବ୍ରତ ଦଳବେହେରାSeptember 18, 202622 views

ବଣାଇ: ଦିନକୁ ଦିନ ବଣାଇ ବନଖଣ୍ଡ ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଆଜି ବଣାଇ ବନଖଣ୍ଡ ଅନ୍ତର୍ଗତ ଭାଙ୍ଗଡିହି ଅଞ୍ଚଳରେ ଏକ ବଣୁଆ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।
ପ୍ରତ୍ୟେକ ଦିନ ବଣାଇ ଅଞ୍ଚଳର ବିଭିନ୍ନ ଗ୍ରାମରେ ବଣୁଆ ହାତୀଙ୍କ ଉପଦ୍ରବ ଲାଗିରହିଛି। ହାତୀମାନେ ଗ୍ରାମ ଭିତରକୁ ପଶି ଚାଷଜମିରେ ଥିବା ଫସଲ ନଷ୍ଟ କରିବା ସହିତ ଘରଦ୍ୱାର ଭାଙ୍ଗି ଦେଉଥିବା ଅଭିଯୋଗ ହେଉଛି। ଫଳରେ ଚାଷୀ ଓ ସାଧାରଣ ଲୋକମାନେ ଆର୍ଥିକ କ୍ଷତି ସହିବା ସହିତ ନିଜ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି।
ହାତୀଙ୍କ ଗତିବିଧି ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ଦେଖାଦେଇଛି। ତେଣୁ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହିତ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।
