ଜାବିହାର ଛକରୁ ହାତୀଆଶୁଣି ରାସ୍ତାରେ କବାଡ଼ିଆଙ୍କ ଦୌରାତ୍ମ୍ୟ ରାସ୍ତା ଉପରେ ଲୁହା-ଟିଣ କାଟିବା ଯୋଗୁଁ ଯାତାୟାତ ବାଧା, ଦୁର୍ଘଟଣା ଆଶଙ୍କା
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନSeptember 18, 202618 views

ଭୁବନେଶ୍ୱର, : ଜାବିହାର ଛକଠାରୁ ହାତୀଆଶୁଣି ଅଭିମୁଖେ ଯାଇଥିବା ରାସ୍ତାକଡ଼ରେ କେତେକ କବାଡ଼ିଆ ଦୋକାନ ଖୋଲି ରାସ୍ତା ଉପରକୁ ଲୁହା, ଟିଣ ଓ ବିଭିନ୍ନ ସାମଗ୍ରୀ ରଖି ମେସିନ୍ ସାହାଯ୍ୟରେ କାଟୁଥିବା ଅଭିଯୋଗ ହୋଇଛି।
ଏହା ଯୋଗୁଁ ରାସ୍ତା ସଙ୍କୁଚିତ ହେବା ସହ ଗାଡ଼ିମୋଟର ଚଳାଚଳ ଓ ପଥଚାରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ରାସ୍ତା ଉପରେ ଲୁହା ଓ ଟିଣ କାଟିବା ବେଳେ ସାମଗ୍ରୀ ଖସି ପଥଚାରୀ କିମ୍ବା ଗାଡ଼ି ଉପରେ ପଡ଼ିବାର ଆଶଙ୍କା ମଧ୍ୟ ରହିଛି।
ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ପ୍ରଶ୍ନ—ଏଭଳି ଭାବେ ରାସ୍ତା ଦଖଲ କରି କାମ ଚାଲୁଥିବା ବେଳେ BMC ଓ ମହାନଗର ନିଗମର ନଜର କାହିଁକି ପଡ଼ୁନାହିଁ?
ସ୍ଥାନୀୟ ଲୋକଙ୍କ ଦାବି, ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି ରାସ୍ତା ଅବରୋଧ ହଟାଯାଉ ଏବଂ ପଥଚାରୀ ଓ ଯାନବାହନ ଚଳାଚଳ ପାଇଁ ସୁରକ୍ଷିତ ବ୍ୟବସ୍ଥା କରାଯାଉ। ଯଦି ସମସ୍ୟାର ସମାଧାନ ଶୀଘ୍ର ନହୁଏ, ତେବେ ବସ୍ତିବାସିନ୍ଦାମାନେ BMC କାର୍ଯ୍ୟାଳୟ ଘେରାଉ କରିବାକୁ ବାଧ୍ୟ ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି।
