--:--:--
-- ---
Srishti News

ରାହଂସରେ ଧୁମଧାମରେ ଗଣେଶ ପୂଜା ପାଳିତ ଶିଶୁ କଳାକାରଙ୍କ ନୃତ୍ୟ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

Jajpur (ଯାଜପୁର)ଯାଜପୁର, ବିଞ୍ଝାରପୁରରୁ ଉଦୟ ନାଥ ଜେନାଙ୍କ ରିପୋର୍ଟSeptember 18, 202690 views
ରାହଂସରେ ଧୁମଧାମରେ ଗଣେଶ ପୂଜା ପାଳିତ  ଶିଶୁ କଳାକାରଙ୍କ ନୃତ୍ୟ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କପିଳା ଗ୍ରାମପଞ୍ଚାୟତର ରାହଂସ ଗ୍ରାମରେ ଆର୍.ଏସ୍. ଗଣେଶ ପୂଜା କମିଟି ପକ୍ଷରୁ ବିଘ୍ନବିନାଶକ ଭଗବାନ ଶ୍ରୀଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ପୂଜାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ଆୟୋଜନ କରାଯାଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କ ଚିତ୍ତବିନୋଦନ ସହ ଶିଶୁ କଳାକାରମାନଙ୍କ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଶିଶୁ କଳାକାରମାନେ ଯୋଗଦେଇ ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଶିଶୁ କଳାକାରମାନଙ୍କ ଚମତ୍କାର ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବିଚାରକମାନେ କଳାକାରମାନଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରି ବିଜେତା ଓ ଯୋଗ୍ୟ ସ୍ଥାନ ଅଧିକାର କରିଥିବା ଶିଶୁ କଳାକାରମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ପୂଜା କମିଟି ପକ୍ଷରୁ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇଥିବା ବେଳେ ଗ୍ରାମବାସୀଙ୍କ ସହଯୋଗ ଓ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସଫଳ କରିଥିଲା।