ପ୍ରଭୁ ଗଜାନନଙ୍କ ଦର୍ଶନ ସହ ଯୁବବନ୍ଧୁଙ୍କ ମେଳରେ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 18, 202671 views

ଅନୁଗୋଳ: ଗଣେଶ ପୂଜା ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତିଭାବରେ ପ୍ରଭୁ ଗଜାନନଙ୍କ ପୂଜାର୍ଚ୍ଚନା ଚାଲିଛି। ଏହି ଅବସରରେ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧକ୍ରମେ ସମାଜସେବୀ ଅଭିମନ୍ୟୁ ସାହୁ ବିଭିନ୍ନ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିଛନ୍ତି।
ଏହି ଅବସରରେ ସେ ଯୁବବନ୍ଧୁ ଓ ମାଆମାନଙ୍କ ସହ ମିଶି ପ୍ରଭୁ ଗଜାନନଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହ ପୂଜା କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆୟୋଜକ ଓ ଯୁବବନ୍ଧୁମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଭୁ ଗଜାନନଙ୍କ ଆଶୀର୍ବାଦରେ ସମାଜରେ ଭାଇଚାରା, ଏକତା ଓ ସଦ୍ଭାବନା ଆହୁରି ସୁଦୃଢ଼ ହେଉ ବୋଲି ଅଭିମନ୍ୟୁ ସାହୁ କାମନା କରିଥିଲେ।
