ଶିକ୍ଷକଙ୍କ କ୍ଲଷ୍ଟର ବୈଠକରେ ସିଆରଜି ସମ୍ବର୍ଦ୍ଧିତ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାSeptember 13, 202672 views

ଚିକିଟି :୧୧/୯
ଓଡ଼ିଶା ଶିକ୍ଷା ବ୍ୟବସ୍ଥା ଭିତରେ ବିଦ୍ୟାଳୟ ଗୁଡ଼ିକର ସଠିକ୍ ପରିଚାଳନା ଓ ନିରନ୍ତର ତଦନ୍ତ ତଥା ତଥ୍ୟ ସଂଗ୍ରହ ପାଇଁ 2000ମସିହା ଠାରୁ ସିଆରସିସି,ବିଆରସିସି ପଦବୀ ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ବିଦ୍ୟାଳୟର କାର୍ଯ୍ୟ କ୍ରମ ତଥା ସିଆରସିସି ଙ୍କ ଦାୟିତ୍ଵ ବଢ଼ି ବଢ଼ି ଯିବାରୁ ଏବଂ ନୂତନ ଶିକ୍ଷା ନୀତି ଆରମ୍ଭ ହେବାରୁ ବର୍ତ୍ତମାନ ସରକାର ସିଆରଜି (କ୍ଲଷ୍ଟର ରିସୋର୍ସ ଗୃପ)ଭାବେ କ୍ଲଷ୍ଟରର ଜଣେ ଦୁଇଜଣ ଶିକ୍ଷକଙ୍କୁ ଦାୟିତ୍ଵ ଦେଇଛନ୍ତି। ନିଜ କ୍ଲଷ୍ଟର ଭିତରେ ବିଦ୍ୟାଳୟ ଗୁଡିକ ବୁଲି ଶିକ୍ଷଣ ସ୍ତର ଯାଞ୍ଚ କରିବା, ସୁଧାରମୂଳକ ଶିକ୍ଷା ଦେବା, ଶିକ୍ଷଣ ପ୍ରକ୍ରିୟା ର ଗୁଣବତ୍ତା ବୃଦ୍ଧି କରିବା,ଶିକ୍ଷଣ ଉପକରଣ ପ୍ରସ୍ତୁତି ସହାୟତା, ତଥା ସମନ୍ୱୟ ରକ୍ଷା କରିବା ପ୍ରଭୃତି ଦାୟିତ୍ଵ ଏହି ସିଆରଜିଙ୍କ ଉପରେ ନ୍ୟସ୍ତ ଥାଏ। ଦକ୍ଷ ଅଭିଜ୍ଞ ଶିକ୍ଷକଙ୍କୁ ଏହି ଦାୟିତ୍ବରେ ରଖାଯାଏ। ସେପରି ପିତାତଳି କ୍ଳଷ୍ଟର ଅନ୍ତର୍ଭୁକ୍ତ ପ୍ରାଥମିକ ବିଦ୍ୟାଳୟ ଜଗନ୍ନାଥପୁର ଠାରେ ୨୦୨୬-୨୭ ଶିକ୍ଷା ବର୍ଷର ତୃତୀୟ ମାସିକ କ୍ଲାଷ୍ଟର ସ୍ତରୀୟ ବୈଠକ CRCC ଶ୍ରୀ ଚିନ୍ତାମଣି ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏବଂ ଏହି ବୈଠକରେ ରାଜ୍ୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ନୂତନ ଭାବେ ଯୋଗ ଦେଇଥିବା CRG ଶ୍ରୀ ଲବ ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ସେ ଆଗରୁ ସିଆରସିସି ଥିଲେ ଓ ଅନେକ କାର୍ଯ୍ୟକ୍ରମରେ ସମ୍ବଳ ସାଧନ କର୍ମୀ ଭାବେ ସୁନ୍ଦର ଭାବରେ ଉପସ୍ଥାପନ କରିବା ରେ ଅଭିଜ୍ଞ ଅଟନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ ଏବଂ ସେମାନଙ୍କର FLN ଗ୍ରେଡର ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। । । ଏଥିରେ ପ୍ରାରମ୍ଭିକ ସ୍ତରର ଆକଳନ ପଦ୍ଧତି, ମୌଳିକ ଭଷା ଜ୍ଞାନ ଓ ସଂଖ୍ୟା ଜ୍ଞାନର ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ, ସାମଗ୍ରିକ ପ୍ରଗତି ପତ୍ର ପୂରଣ, ମୋ ଡ଼ାଏରୀର ବ୍ୟବହାର, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ ପ୍ରଭୃତି ବିଷୟବସ୍ତୁର ଆଲୋଚନା ହୋଇଥିଲା । ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗଭୂଷଣ ମାଝି, ଏ ବି ଇ ଓ ନାୟକ ସେଠୀ ପରିଦର୍ଶନରେ ଆସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ, ଶିବିରର ସୁପରିଚଳନା ଓ ଶୃଙ୍ଖଳା, ଆଲୋଚନରେ ସମସ୍ତ ଙ୍କ ଅଂଶ ଗ୍ରହଣ ଦେଖି ପ୍ରଶଂସା କରିଥିଲେ।।କ୍ଲଷ୍ଟର ସ୍ତରୀୟ ବୈଠକ ଶିକ୍ଷକଙ୍କ ମନୋବଳ ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରୁଛି , ଏହା ଅନୁଭବ କରିଥିଲେ।
