ସମୃଦ୍ଧ ଭାଷା ଓ ଜାତୀୟ ଚେତନାର ପ୍ରତୀକ ‘ହିନ୍ଦୀ’,,ଜାଙ୍ଗେଡଠାରେ ଅନୁଷ୍ଠିତ ହେଲା ବ୍ଲକ୍ ସ୍ତରୀୟ ହିନ୍ଦୀ ଦିବସ, ଗୁରୁପୂଜନ ସହ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକSeptember 11, 202611 views

ବରଗଡ -ଜାତୀୟ ଏକତା, ସମନ୍ୱୟ ଏବଂ ସାଂସ୍କୃତିକ ଚେତନାର ପ୍ରତୀକ ଭାବେ ପରିଚିତ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାଗତ ଦକ୍ଷତାର ବିକାଶ ଲକ୍ଷ୍ୟ ନେଇ ଅତାବିରା ବ୍ଲକ ଅନ୍ତର୍ଗତ ଜାଙ୍ଗେଡ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ‘ହିନ୍ଦୀ ଦିବସ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ବିବିଧତା ମଧ୍ୟରେ ହିନ୍ଦୀ ଭାଷା ଏକ ସେତୁ ସଦୃଶ କାର୍ଯ୍ୟ କରୁଥିବା ବେଳେ ଏହାର ମହତ୍ତ୍ୱ ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ବ୍ଲକ୍ ସଂଗଠନର ସଭାପତି ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ବିଭାର, ସଂଘ ସମ୍ପାଦକ ବାବୁଲା ପ୍ରଧାନ, କୋଷାଧ୍ୟକ୍ଷ ରାଜେଶ ପଟେଲ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଚିନ୍ମୟୀ ସେଠ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଲରମ୍ଭା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଦୀପ୍ତିମୟୀ ପଟେଲ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ପ୍ରଧାନ ହିନ୍ଦୀ ଭାଷାର ସମୃଦ୍ଧ ପରମ୍ପରା ଓ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ଅବସରରେ ଦୀର୍ଘ ବର୍ଷ ଧରି ହିନ୍ଦୀ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଚାରିଜଣ ଅବସରପ୍ରାପ୍ତ ଶିକ୍ଷକ—ପତ୍ରାପାଲି ଉଚ୍ଚ ବିଦ୍ୟାଳୟର ଗଣପତି ଦାଶ, ହିଲ୍ଲିପାଳି ଉଚ୍ଚ ବିଦ୍ୟାଳୟର ବଳରାମ ସାହୁ, କୁଲତା ଟୁକୁରା ଉଚ୍ଚ ବିଦ୍ୟାଳୟର ରୁଦ୍ର ପ୍ରତାପ ଛନ୍ଦ ଏବଂ ସିଂହପାଲି ଉଚ୍ଚ ବିଦ୍ୟାଳୟର ପଞ୍ଚମ ସାହୁଙ୍କୁ ଉପଢୌକନ, ଫୁଲତୋଡ଼ା ଓ ଟ୍ରଫି ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ବ୍ଲକର ୩୨ଟି ବିଦ୍ୟାଳୟରୁ ମନୋନୀତ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତା ପରେ ଦିବସର ଉଦଯାପନୀ ଉତ୍ସବରେ ଜିଲ୍ଲା ସମ୍ପାଦକ ଡୋଳାମଣି ସାହୁ,ଝାରସୁଗୁଡ଼ା ଜିଲ୍ଲା ସଭାପତି ନିତ୍ୟାନନ୍ଦ ନାଏକ ମୁଖ୍ୟବକ୍ତା,ବରଗଡ଼ ଜିଲ୍ଲା ସଭାପତି ଲଳିତ ବିଶ୍ଵାଳ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମାକାନ୍ତ ପ୍ରଧାନ, ବ୍ଲକ ସମ୍ପାଦକ ବାବୁଲାଲ ପ୍ରଧାନ, ସଭାପତି ପ୍ରସନ୍ନ ବେହେରା ପ୍ରମୁଖ ମଞ୍ଚାସିନ ରହିଥିଲେ ।
ତର୍କ ପ୍ରତିଯୋଗିତା ରିତେଶ୍ୱରୀ ଦୀପ , କାହ୍ନା ବାରିକ୍ ଓ ରୁବୀ କୁମ୍ଭାର ,ପ୍ରବନ୍ଧ ଲିଖନ ରେ ତନୁଶ୍ରୀ ସାହୁ , ନମ୍ରତା ଭୋଇ ଓ ଶ୍ରୁତି ରଣା,ସଙ୍ଗୀତ ରେ ପୁନମ ସୁନା , ଅଲିଭା ପାଇକ ଓ ମୁଷ୍କାନ ସେଠ୍ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ର ଛାତ୍ରୀ ଙ୍କୁ
ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ସଚ୍ଚିଦାନନ୍ଦ ପ୍ରଧାନ, ଅମୃତ ବାରିକ୍, ପୁରନ୍ଦର ପ୍ରଧାନ, ବାବୁଲାଲ ପାଣ୍ଡିଆ, ପ୍ରିତିମୟୀ ଦାଶ, ଲଳିତ ଗଡତିଆ, ସୁବାସ ଗଡତିଆ, ପ୍ରମୋଦ ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ବେଳେ ବ୍ଲକ ର ସମୟ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ଶିକ୍ଷକ ତରଣୀ ଗର୍ତିଆ, ରମେଶ ସାହୁ, ଜୟନ୍ତ ଦେହେରୀ, ଉମା ସେଠ୍, ଗଣପତି ଦାଶ, ବଳରାମ ସାହୁ, ରୁଦ୍ର ଛନ୍ଦ, ପଞ୍ଚମ ସାହୁ ଓ ରଶ୍ମିତା ବାରିକ୍ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଶିକ୍ଷକ କୌସ୍ତୁଭ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ।
