ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡ. ଅଙ୍କିତ ସିଂହାଇଙ୍କୁ ଶୁଭେଚ୍ଛା
Nuapada (ନୂଆପଡ଼ା)ରିପୋର୍ଟ: ଗିରେନ୍ଦ୍ର କୁମାର ଜଗତ, କୋମନାSeptember 11, 202614 views

ଖରିଆର ରୋଡ୍ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ନୂଆପଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଡ. ଅଙ୍କିତ ସିଂହାଇଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
ଏହି ଅବସରରେ ଡ. ସିଂହାଇଙ୍କୁ ମାର୍ଗଦର୍ଶକ ଓ ବଡ଼ ଭାଇ ଭାବେ ସମ୍ମାନ ଜଣାଇ ତାଙ୍କ ନୂତନ ଦାୟିତ୍ୱରେ ସଫଳତା କାମନା କରାଯାଇଥିଲା। ତାଙ୍କ ନେତୃତ୍ୱରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ନେତା ଓ କର୍ମୀମାନେ ଆଶା ପ୍ରକାଶ କରିଥିଲେ।
ଏହି ସାକ୍ଷାତ ସମୟରେ ନୂଆପଡ଼ା ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପ୍ରତିଭା ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ନରେନ୍ଦ୍ର ନାଗ ଏବଂ କଂଗ୍ରେସ ନେତ୍ରୀ ଶ୍ରୀମତୀ ଅନିତା ପ୍ରଧାନ ଉପସ୍ଥିତ ଥିଲେ।
ଡ. ଅଙ୍କିତ ସିଂହାଇଙ୍କ ନୂତନ ନେତୃତ୍ୱରେ ଜିଲ୍ଲା କଂଗ୍ରେସରେ ସାଂଗଠନିକ ଏକତା ଓ ସମନ୍ୱୟ ଆହୁରି ମଜବୁତ ହେବା ସହ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେଇ ଉଠାଯିବ ବୋଲି ମତ ପ୍ରକାଶ ପାଇଛି। ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ କଂଗ୍ରେସ ଆଗାମୀ ଦିନରେ ଅଧିକ ସକ୍ରିୟ ଭୂମିକା ନେବ ବୋଲି ଆଶା ପ୍ରକାଶ କରାଯାଇଛି
