ରସୁଲପୁରରେ ‘କିଷାନ ଅଧିକାର ଯାତ୍ରା’ ଚାଷୀଙ୍କ ହକ୍ ଓ ଅଧିକାର ପାଇଁ ଗର୍ଜିଲା କଂଗ୍ରେସ
Jajpur (ଯାଜପୁର)Reports: Anil Kumar JenaSeptember 11, 202620 views

ରସୁଲପୁର: ଚାଷୀ ଭାଇମାନଙ୍କ ହକ୍ ଓ ଅଧିକାରର ସୁରକ୍ଷା ଏବଂ କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ରସୁଲପୁର ବ୍ଲକ୍ରେ ‘କିଷାନ ଅଧିକାର ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ଯାତ୍ରାରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ଚାଷୀ ଯୋଗଦେଇଥିଲେ।
ସ୍ଥାନୀୟ ରାହାସ ବିହାରୀ ମଠସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ତଥା ଅଧ୍ୟକ୍ଷ ଅଭୟ ସାହୁ ‘କିଷାନ ଅଧିକାର ଯାତ୍ରା’ର ଶୁଭାରମ୍ଭ କରିଥିଲେ। ଏହାପରେ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ପଦଯାତ୍ରା ବାହାରି ରସୁଲପୁର ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।
ବ୍ଲକ୍ କାର୍ଯ୍ୟାଳୟ ନିକଟରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ସଭାରେ ଚାଷୀମାନଙ୍କ ସମସ୍ୟା, କୃଷି କ୍ଷେତ୍ରର ବିଭିନ୍ନ ଅସୁବିଧା ଏବଂ କୃଷକଙ୍କ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚାଷୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ଏକଜୁଟ ହୋଇ ସ୍ୱର ଉଠାଇବାକୁ ଉପସ୍ଥିତ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଭୟ ସାହୁ, କାର୍ତ୍ତିକ ବରାଳ, ଶୀତିକଣ୍ଠ ମହାନ୍ତି, ନିରଞ୍ଜନ ସାମଲ, ଅଧୀର ଜେନା ଓ ଅନିଲ କୁମାର ଜେନାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ସଭା ଶେଷରେ ବ୍ଲକ୍ ସଭାପତି କୂଳମଣି ନାୟକ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ କୃଷକ ଭାଇମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ‘ଚାଷୀ ଏକତା ଜିନ୍ଦାବାଦ’ ନାରାରେ ପରିବେଶ ପ୍ରକମ୍ପିତ ହୋଇଥିଲା।
