ଅସୁସ୍ଥ ବିଜେଡି କର୍ମୀଙ୍କୁ ଭେଟିଲେ ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ
Jajpur (ଯାଜପୁର)Anil Kumar JenaSeptember 11, 202620 views

ସୁକିନ୍ଦା: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଧୁଯୋରି ଗ୍ରାମପଞ୍ଚାୟତର ବୋଉଳପାଳ ଗ୍ରାମର ବିଜୁ ଜନତା ଦଳ (ବିଜେଡି)ର ସକ୍ରିୟ କର୍ମୀ ଶ୍ରୀ ବିଦ୍ୟାଧର ପ୍ରଧାନ ଶାରୀରିକ ଅସୁସ୍ଥତାରେ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ନେତା ମୃତ୍ୟୁଞ୍ଜୟ ଦେଓ।
ଏହି ଅବସରରେ ଶ୍ରୀ ଦେଓ ଶ୍ରୀ ପ୍ରଧାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଥିଲେ। ଅସୁସ୍ଥତା ସମୟରେ ତାଙ୍କ ସହ ରହି ଶୀଘ୍ର ଆରୋଗ୍ୟ କାମନା କରିଥିଲେ।
ଶ୍ରୀ ପ୍ରଧାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଶୀଘ୍ର ସୁସ୍ଥତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୃତ୍ୟୁଞ୍ଜୟ ଦେଓ ପ୍ରାର୍ଥନା କରିଥିଲେ। ଏଭଳି ସମୟରେ ଦଳୀୟ କର୍ମୀଙ୍କ ପାଖରେ ରହି ତାଙ୍କ ମନୋବଳ ବଢ଼ାଇବା ଏକ ସକାରାତ୍ମକ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
