--:--:--
-- ---
Srishti News

୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗର୍ଜିଲେ OGB କର୍ମଚାରୀ

Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧିSeptember 11, 202633 views
୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗର୍ଜିଲେ OGB କର୍ମଚାରୀ
ଭୁବନେଶ୍ୱର : ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଏବଂ ଅନ୍ୟାନ୍ୟ ଅମୀମାଂସିତ ସମସ୍ୟାର ସମାଧାନ ଦାବିରେ ଆଜି (୧୧ ସେପ୍ଟେମ୍ବର ୨୦୨୬) ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ର ଆହ୍ୱାନ କ୍ରମେ ଏହି ଶିଳ୍ପଭିତ୍ତିକ ସଂଗ୍ରାମକୁ ପୂର୍ଣ୍ଣ ସମର୍ଥନ ଜଣାଇ ‘ଅଲ୍ ଇଣ୍ଡିଆ ଆରଆରବି ଏମ୍ପ୍ଲୋଇଜ୍ ଆସୋସିଏସନ’ (AIRRBEA) ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (OGB) ର ବହୁ ସଂଖ୍ୟକ ଅଫିସର ଏବଂ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଏକତ୍ରିତ ହୋଇ ନିଜର ହକ୍ ପାଇଁ ବିଭିନ୍ନ ସ୍ଲୋଗାନ ଓ ନାରାବାଜି କରି ପ୍ରତିବାଦ ଜଣାଇଛନ୍ତି। ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଏହି ପ୍ରତିବାଦ ଯୋଗୁଁ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା: ୧. ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (Five Days Banking) ତୁରନ୍ତ ଲାଗୁ ହେଉ। ୨. ସରକାରଙ୍କ ଏକତରଫା ଓ ପକ୍ଷପାତମୂଳକ PLI (Performance Linked Incentive) ସ୍କିମକୁ ପ୍ରତ୍ୟାହାର କରାଯାଉ। ୩. ବ୍ୟାଙ୍କ ସଂଗଠନଗୁଡ଼ିକ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ PLI ସ୍କିମରେ ସଂଶୋଧନ କରାଯାଉ। ୪. କର୍ମଚାରୀ ଓ ଅବସରପ୍ରାପ୍ତ ସ୍ଟାଫ୍‌ମାନଙ୍କର ଅନ୍ୟାନ୍ୟ ସମସ୍ତ ବାକି ରହିଥିବା ସମସ୍ୟାର ସମାଧାନ କରାଯାଉ। ଆଜିର ଏହି ଧର୍ମଘଟ କେବଳ ଏକ ଚେତାବନୀ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏହି ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ଠପ୍ ହେବାକୁ ଯାଉଛି। ଘୋଷିତ ଆନ୍ଦୋଳନାତ୍ମକ ପନ୍ଥା ଅନୁଯାୟୀ, ଆସନ୍ତା ୨୮, ୨୯ ଓ ୩୦ ସେପ୍ଟେମ୍ବରରେ କ୍ରମାଗତ ୩ ଦିନ ପାଇଁ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କରାଯିବ। ଏହାପରେ ମଧ୍ୟ ସମସ୍ୟାର ସମାଧାନ ନହେଲେ, ଆସନ୍ତା ୨୬ ଅକ୍ଟୋବର ୨୦୨୬ ଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାଙ୍କ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ତୁରନ୍ତ ଉପରିସ୍ଥ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଗୁହାରି କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଜନତା ଏବଂ ବ୍ୟବସାୟୀମାନେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବଡ଼ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।କରିବା ଏବଂ ଅନ୍ୟାନ୍ୟ ଅମୀମାଂସିତ ସମସ୍ୟାର ସମାଧାନ ଦାବିରେ ଆଜି (୧୧ ସେପ୍ଟେମ୍ବର ୨୦୨୬) ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ର ଆହ୍ୱାନ କ୍ରମେ ଏହି ଶିଳ୍ପଭିତ୍ତିକ ସଂଗ୍ରାମକୁ ପୂର୍ଣ୍ଣ ସମର୍ଥନ ଜଣାଇ ‘ଅଲ୍ ଇଣ୍ଡିଆ ଆରଆରବି ଏମ୍ପ୍ଲୋଇଜ୍ ଆସୋସିଏସନ’ (AIRRBEA) ଆନ୍ଦୋଳନକୁ ଓହ୍ଲାଇଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ (OGB) ର ବହୁ ସଂଖ୍ୟକ ଅଫିସର ଏବଂ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଏକତ୍ରିତ ହୋଇ ନିଜର ହକ୍ ପାଇଁ ବିଭିନ୍ନ ସ୍ଲୋଗାନ ଓ ନାରାବାଜି କରି ପ୍ରତିବାଦ ଜଣାଇଛନ୍ତି। ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଏହି ପ୍ରତିବାଦ ଯୋଗୁଁ ବ୍ୟାଙ୍କିଙ୍ଗ୍ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଲା: ୧. ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବ୍ୟାଙ୍କଗୁଡ଼ିକରେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (Five Days Banking) ତୁରନ୍ତ ଲାଗୁ ହେଉ। ୨. ସରକାରଙ୍କ ଏକତରଫା ଓ ପକ୍ଷପାତମୂଳକ PLI (Performance Linked Incentive) ସ୍କିମକୁ ପ୍ରତ୍ୟାହାର କରାଯାଉ। ୩. ବ୍ୟାଙ୍କ ସଂଗଠନଗୁଡ଼ିକ ସହ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ PLI ସ୍କିମରେ ସଂଶୋଧନ କରାଯାଉ। ୪. କର୍ମଚାରୀ ଓ ଅବସରପ୍ରାପ୍ତ ସ୍ଟାଫ୍‌ମାନଙ୍କର ଅନ୍ୟାନ୍ୟ ସମସ୍ତ ବାକି ରହିଥିବା ସମସ୍ୟାର ସମାଧାନ କରାଯାଉ। ଆଜିର ଏହି ଧର୍ମଘଟ କେବଳ ଏକ ଚେତାବନୀ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯଦି ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଏହି ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତେବେ ଆଗାମୀ ଦିନରେ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ଠପ୍ ହେବାକୁ ଯାଉଛି। ଘୋଷିତ ଆନ୍ଦୋଳନାତ୍ମକ ପନ୍ଥା ଅନୁଯାୟୀ, ଆସନ୍ତା ୨୮, ୨୯ ଓ ୩୦ ସେପ୍ଟେମ୍ବରରେ କ୍ରମାଗତ ୩ ଦିନ ପାଇଁ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କରାଯିବ। ଏହାପରେ ମଧ୍ୟ ସମସ୍ୟାର ସମାଧାନ ନହେଲେ, ଆସନ୍ତା ୨୬ ଅକ୍ଟୋବର ୨୦୨୬ ଠାରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାଙ୍କ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଓଡିଶା ଗ୍ରାମୀଣ ବ୍ୟାଙ୍କ୍ ବିଭିନ୍ନ ୟୁନିଅନ୍ ମଧ୍ୟ ରୁ AOGBO ର ସଭାପତି ଶ୍ରୀଯୁକ୍ତ ମାନଭଞ୍ଜନ ମିଶ୍ର ସାଧାରଣ ସଂପାଦକ ପୀତବାସ ଜେନା OGBEA ରୁ ସଭାପତି ବିଶ୍ୱଜିତ୍ ମିଶ୍ର ସଂପାଦକ ହୃଷୀକେଶ ପାତ୍ର OGBOO ପକ୍ଷରୁ ସଭାପତି ସ୍ୱାର୍ଥକ ଆଚାର୍ଯ୍ୟ ସଂପାଦକ ଶୈଳେଶ ପଣ୍ଡା ସମେତ ବହୁ ବ୍ୟାଙ୍କ୍ କର୍ମଚାରି ଯୋଗ ଦେଇଥିଲେ। ବ୍ୟାଙ୍କ୍ କର୍ମ୍ଚାରି ମାନଂକ ବହୁ ଦିନର ଏହି ସମସ୍ୟା ଗୁଡ଼ିକ ର ତୁରନ୍ତ ଉପରିସ୍ଥ କର୍ତ୍ତୃପକ୍ଷ ହସ୍ତକ୍ଷେପ କରିବାକୁ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଗୁହାରି କରାଯାଇଛି। ଆଗାମୀ ଦିନରେ ଏହି ଆନ୍ଦୋଳନ ଯୋଗୁଁ ସାଧାରଣ ଜନତା ଏବଂ ବ୍ୟବସାୟୀମାନେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ବଡ଼ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଛି।