--:--:--
-- ---
Srishti News

ଡ୍ରେନ୍‌ର ମଇଳା ରାସ୍ତା ଉପରେ, ନିଘା ନାହିଁ BMCର

Bhubaneswar (ଭୁବନେଶ୍ୱର)ରିପୋର୍ଟ =ସୁକାନ୍ତ ପ୍ରଧାନSeptember 10, 202611 views
ଡ୍ରେନ୍‌ର ମଇଳା ରାସ୍ତା ଉପରେ, ନିଘା ନାହିଁ BMCର
ଭୁବନେଶ୍ୱର: ଡ୍ରେନ୍‌ ସଫା କରିବା ପରେ ବାହାରିଥିବା ମଇଳା ଓ ପଙ୍କକୁ ରାସ୍ତା ଉପରେ ଗଦା କରି ରଖାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ପରିବେଶ ମଧ୍ୟ ଅପରିଷ୍କାର ହୋଇପଡ଼ିଛି। ଡ୍ରେନ୍‌ରୁ ମଇଳା କାଢ଼ିବା ପରେ ତାହାକୁ ତୁରନ୍ତ ଉଠାଇ ନେବା ପରିବର୍ତ୍ତେ ରାସ୍ତା ଉପରେ ପକାଇ ରଖାଯାଇଥିବାରୁ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରର ସ୍ୱଚ୍ଛତା ଓ ଡ୍ରେନେଜ୍ ବ୍ୟବସ୍ଥା BMCର ଦାୟିତ୍ୱ ମଧ୍ୟରେ ରହିଛି। ଲୋକଙ୍କ ପ୍ରଶ୍ନ—ଡ୍ରେନ୍ ସଫା କରାଯାଉଛି, କିନ୍ତୁ ରାସ୍ତା ଉପରେ ପଡ଼ିଥିବା ମଇଳା କେବେ ଉଠିବ? BMC କର୍ତ୍ତୃପକ୍ଷଙ୍କ ନିଘା କେବେ ପଡ଼ିବ? ସ୍ଥାନୀୟ ଲୋକେ ତୁରନ୍ତ ମଇଳା ହଟାଇ ରାସ୍ତାକୁ ସଫା କରିବା ସହ ଏଭଳି ଅବ୍ୟବସ୍ଥା ଯେପରି ପୁଣି ନହୁଏ, ସେଥିପାଇଁ ଦାବି କରିଛନ୍ତି।