ପରିବାର ପାଇଁ ସାରା ଜୀବନ କଷ୍ଟ କଲେ, ଏବେ ଭିକ ମାଗି ଚଳୁଛନ୍ତି ବୃଦ୍ଧ ବାପା
Bhubaneswar (ଭୁବନେଶ୍ୱର)ରିପୋର୍ଟ =ସୁକାନ୍ତ ପ୍ରଧାନSeptember 10, 202612 views

ଭୁବନେଶ୍ୱର: ଦିନେ ନିଜ ପରିବାରକୁ ସୁଖରେ ରଖିବା ପାଇଁ ଖଟିଥିଲେ। ପୁଅ, ବୋହୂ ଓ ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜ ସୁଖକୁ ଭୁଲି ଜୀବନସାରା ସଂଘର୍ଷ କରିଥିଲେ। ହେଲେ ଆଜି ବୟସର ଅପରାହ୍ନରେ ସେହି ବୃଦ୍ଧଙ୍କ ଜୀବନ ଅତ୍ୟନ୍ତ ଦୁଃଖଦ ପରିସ୍ଥିତିରେ ପହଞ୍ଚିଥିବା ଅଭିଯୋଗ ହୋଇଛି।
ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ମହିଳା ଟାଙ୍କି ନିକଟରେ ରହୁଥିବା ଏହି ବୃଦ୍ଧଙ୍କୁ ନେଇ ସାମ୍ନାକୁ ଆସିଛି ଏକ ହୃଦୟସ୍ପର୍ଶୀ ଚିତ୍ର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବୃଦ୍ଧଙ୍କ ପୁଅ-ବୋହୂ ତାଙ୍କର ଯତ୍ନ ନେଉନଥିବାରୁ ସେ ଅସହାୟ ହୋଇପଡ଼ିଛନ୍ତି। ଜୀବିକା ପାଇଁ ରାତି ପାହିଲେ ଘର ଘର ବୁଲି ଭିକ୍ଷା ମାଗୁଥିବା କୁହାଯାଉଛି।
ଯେଉଁ ବାପା ନିଜ ପରିବାରକୁ ସୁଖରେ ରଖିବା ପାଇଁ ଜୀବନର ସର୍ବସ୍ୱ ଦେଇଥିଲେ, ଆଜି ସେହି ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି—ବୃଦ୍ଧ ବାପା-ମାଆଙ୍କ ପ୍ରତି ଆମର ଦାୟିତ୍ୱ କେଉଁଠି?
ଏହି ଘଟଣା ପ୍ରତି ପ୍ରଶାସନ, ସମାଜସେବୀ ଓ ସାଧାରଣ ଲୋକେ ଦୃଷ୍ଟି ଦେଇ ବୃଦ୍ଧଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି ଉଠିଛି।
