ଚାଉଳ ଉଠାଣକୁ ନେଇ ଚିନ୍ତା ବଢ଼ିଲା, ମନ୍ତ୍ରୀଙ୍କ ବୟାନରେ ଚାଷୀ ଅସନ୍ତୁଷ୍ଟ
Bargarh (ବରଗଡ଼)ସତ୍ୟ ସୁରୁଜାଲSeptember 5, 202624 views

ବରଗଡ଼:
ରାଜ୍ୟରେ ଚାଉଳ ଉଠାଣ ପ୍ରକ୍ରିୟାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଭରା ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାଉଳ ଉଠାଉ ନଥିବା ପ୍ରସଙ୍ଗରେ ଅସହାୟତା ପ୍ରକାଶ କରିଥିବା ବେଳେ, ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଚାଷୀ ନେତା ସୁରେଶ ନିକାଣ୍ଟି ମନ୍ତ୍ରୀଙ୍କ ଏହି ବୟାନକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଯଦି ଭାରତୀୟ ଖାଦ୍ୟ ନିଗମ (FCI) ଚାଉଳ ଉଠାଇବ ନାହିଁ, ତେବେ ମିଲଗୁଡ଼ିକରେ ବହୁ ପରିମାଣର ଚାଉଳ ମହଜୁଦ ରହିଯିବ। ଏହାର ସିଧାସଳଖ ପ୍ରଭାବ ଆଗାମୀ ଖରିଫ ଋତୁର ଧାନ ସଂଗ୍ରହ ଉପରେ ପଡ଼ିବ।
ସେ କହିଛନ୍ତି ଯେ, ମିଲରେ ଚାଉଳ ଗଚ୍ଛିତ ରହିଲେ ନୂତନ ଧାନ ମିଲିଂ ଓ ସଂରକ୍ଷଣରେ ବଡ଼ ସମସ୍ୟା ସୃଷ୍ଟି ହେବ। ଫଳରେ ଚାଷୀମାନେ ନିଜ ଧାନ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେବେ।
ଚାଷୀ ନେତା ସୁରେଶ ନିକାଣ୍ଟି ଆଶା ପ୍ରକାଶ କରି କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ରର ଡବଲ ଇଞ୍ଜିନ ସରକାର ଏହି ସମସ୍ୟାର ତୁରନ୍ତ ସମାଧାନ କରିବେ ଏବଂ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବେ।
ଚାଉଳ ଉଠାଣ ନେଇ ସୃଷ୍ଟି ହୋଇଥିବା ଏହି ଅନିଶ୍ଚିତତା ମଧ୍ୟରେ ଚାଷୀମାନେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ପଦକ୍ଷେପ ଓ ତ୍ୱରିତ ସମାଧାନ ଦାବି କରୁଛନ୍ତି।
