--:--:--
-- ---
Srishti News

ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ତାଳଚେର,ଅନୁଗୋଳSeptember 5, 202683 views
ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ
ତାଳଚେର: ଗୁରୁ ଦିବସ ଅବସରରେ ତାଳଚେର ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇ ଗୁରୁ ଦିବସ ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଗୁରୁଜୀ ଓ ଗୁରୁମାଙ୍କୁ ପୂଜା କରିବା ସହ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସେହିପରି କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଧ୍ୟ ଗୁରୁ ଦିବସ ଉତ୍ସାହର ସହ ପାଳିତ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ମଙ୍ଗୁଳୁ ସାହୁଙ୍କ ଆବାହକତ୍ୱରେ ଓ ପରିଚାଳନା ସମିତି ସଭାପତି ଶିକ୍ଷାବିତ୍ ଦୁଃର୍ଯ୍ୟୋଧନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଦୁଃଖବନ୍ଧୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଗୁରୁ ଦିବସର ମହତ୍ୱ ଓ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ନେଇଥିଲେ।