ଭଇଁରିଗୁଡ଼ାରେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
Kalahandi (କଳାହାଣ୍ଡି)Reports: Debaraj BanuaSeptember 5, 202663 views

ଜୁନାଗଡ: ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ଧାର୍ମିକ ଭାବନାରେ ଶତାଧିକ ଶ୍ରଦ୍ଧାଳୁ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଗ୍ରାମର ତ୍ରିନାଥ ମନ୍ଦିର ରୁ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନ ଦେଇ ଶୋଭାଯାତ୍ରାଟି ଜଗନ୍ନାଥ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ଶ୍ରୀକୃଷ୍ଣଙ୍କ ଜୟଧ୍ୱନି, ଭକ୍ତିଗୀତ ଓ ବିଭିନ୍ନ ଧାର୍ମିକ ସ୍ଲୋଗାନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ଏହି ଶୋଭାଯାତ୍ରାରେ ଗ୍ରାମର ବହୁ ଶ୍ରଦ୍ଧାଳୁ, ଯୁବକ, ଯାଦବ ସମାଜର କାର୍ଯ୍ୟକର୍ତ୍ତା ଓ ଭକ୍ତମାନେ ଯୋଗଦାନ କରିଥିଲେ। ଏଥିସହ ଦୂରଦୂରାନ୍ତରୁ ମଧ୍ୟ ବହୁ ଭକ୍ତ ଆସି ଏହି ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ଭକ୍ତିରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।
ଶୋଭାଯାତ୍ରା ସମୟରେ ଆୟୋଜକ ଓ ଭକ୍ତମାନଙ୍କ ପକ୍ଷରୁ ଶାନ୍ତି, ଶୃଙ୍ଖଳା ଓ ସୁସଂଖଳିତ ପରିବେଶ ବଜାୟ ରଖିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ମଧ୍ୟ ଶୃଙ୍ଖଳାର ସହ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଫଳରେ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା। ଆୟୋଜକ କମିଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
