ଦିଲ୍ଲୀ ଅଭିମୁଖେ ଆଦିବାସୀଙ୍କ ଯାତ୍ରା
Bhubaneswar (ଭୁବନେଶ୍ୱର)ରିପୋର୍ଟ : ସୁକାନ୍ତ ପ୍ରଧାନSeptember 4, 202631 views

*ଅଧିକାର, ଭାଷା, ଶିକ୍ଷା ଓ ମୌଳିକ ସୁବିଧା ଦାବିରେ ଯନ୍ତର ମନ୍ତରରେ ଆନ୍ଦୋଳନ*
ଭୁବନେଶ୍ୱର/ଦିଲ୍ଲୀ: ନିଜର ଅଧିକାର, ମାତୃଭାଷାର ସୁରକ୍ଷା, ଶିକ୍ଷା ଏବଂ ମୌଳିକ ସୁବିଧା ଦାବିରେ ଆଦିବାସୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଟ୍ରେନ ଯୋଗେ ଏକାଧିକ ଆଦିବାସୀ ପ୍ରତିନିଧି ଦିଲ୍ଲୀ ଯାତ୍ରା କରୁଥିବା ଦୃଶ୍ୟ
ଦିଲ୍ଲୀର ଯନ୍ତର ମନ୍ତରଠାରେ ଏକତ୍ରିତ ହୋଇ ନିଜର ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ନେଇ ଏହି ଯାତ୍ରା କରାଯାଉଥିବା ଜଣାପଡ଼ିଛି। ବିଶେଷକରି ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ, ମାତୃଭାଷାରେ ଶିକ୍ଷାର ସୁଯୋଗ, ମୌଳିକ ଭିତ୍ତିଭୂମି ଏବଂ ନିଜସ୍ୱ ଅଧିକାର ସୁନିଶ୍ଚିତ କରିବା ଦାବି ଉଠିଛି। ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କିତ ସମସ୍ୟା ନେଇ ପୂର୍ବରୁ ମଧ୍ୟ ଆଲୋଚନା ହୋଇଆସୁଛି।
ଆଦିବାସୀ ସମାଜର ଦାବି— ଅଧିକାର ସହ ସମ୍ମାନଜନକ ଜୀବନ, ଉନ୍ନତ ଶିକ୍ଷା ଓ ମୌଳିକ ସୁବିଧା। ଏହି ଦାବିକୁ ନେଇ ଦିଲ୍ଲୀର ଯନ୍ତର ମନ୍ତରରେ ସ୍ୱର ଉଠାଇବା ପାଇଁ ଯାତ୍ରା କରିଛନ୍ତି ଆଦିବାସୀ ପ୍ରତିନିଧିମାନେ।
