ଭଜନ, କୀର୍ତ୍ତନରେ ଭାବବିହ୍ୱଳ ଭକ୍ତ; ଆଧ୍ୟାତ୍ମିକ ପରିବେଶରେ ଜୟନଗର
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 3, 202664 views

ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଅବସରରେ ଭକ୍ତିମୟ ହୋଇଉଠିଛି ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳ। ଭକ୍ତଙ୍କ ଘରେ ଘରେ ଆୟୋଜିତ ହେଉଛି ସତସଙ୍ଗ। ଭଜନ, କୀର୍ତ୍ତନ ଓ ଠାକୁରଙ୍କ ଆଧ୍ୟାତ୍ମିକ ବାଣୀରେ ଭକ୍ତମାନେ ହେଉଛନ୍ତି ଭାବବିହ୍ୱଳ।
ଏହି କ୍ରମରେ ଧାମନଗର ଅଞ୍ଚଳର ଜୟନଗର ଗ୍ରାମର ପ୍ରଭାକର ସ୍ୱାଇଁଙ୍କ ଘରେ ଆୟୋଜିତ ହୋଇଥିଲା ଏକ ବିଶେଷ ସତସଙ୍ଗ। ଏଥିରେ ମହିଳା ଓ ପୁରୁଷ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ସତସଙ୍ଗରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନୀ, ଆଦର୍ଶ ଓ ବିଭିନ୍ନ ଆଧ୍ୟାତ୍ମିକ ବାଣୀ ଉପରେ ଆଲୋଚନା କରାଯାଇଥିଲା। ପୂଜାପାଠ ପରେ ଭକ୍ତମାନେ ଭଜନ ଓ ନାଚଗୀତରେ ମସଗୁଲ ହୋଇଥିଲେ। ଭକ୍ତିରସରେ ବୁଡ଼ି ଯାଇଥିଲା ସମଗ୍ର ପରିବେଶ।
ଏହି ସତସଙ୍ଗରେ ଦୂରଦୂରାନ୍ତରୁ ମଧ୍ୟ ଅନେକ ଭକ୍ତ ଆସି ଯୋଗଦେଇଥିଲେ। ଠାକୁରଙ୍କ ପ୍ରତି ଭକ୍ତଙ୍କ ଅଗାଢ଼ ଶ୍ରଦ୍ଧା ଓ ଭକ୍ତି ଏଠାରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା।
ପୂଜାପାଠ ଓ ସତସଙ୍ଗ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତ ଏକାଠି ହୋଇ ପ୍ରସାଦ ସେବନ କରିଥିଲେ। ଠାକୁରଙ୍କ ଜନ୍ମମାସରେ ଏଭଳି ଘରେ ଘରେ ସତସଙ୍ଗ ଆୟୋଜନ ଭକ୍ତମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ମଜବୁତ କରୁଛି।
